ଅବେଳ ରେ ଚାଲିଗଲେ ଯୁବ ଚନ୍ଦନ ସାହୁ, ବିଭିନ୍ନ ମହଲରେ ଶୋକ ପ୍ରକାଶ।
କଳାହାଣ୍ଡି/୦୨/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମ ର ସହଦେଵ ସାହୁ ଙ୍କ ପୁଅ ଚନ୍ଦନ ସାହୁ (୪୨) ଙ୍କ ହୃଦଘାତ ରେ ଶୁକ୍ରବାର ରାତିରେ ପରଲୋକ ଘଟିଛି। ଚନ୍ଦନ ଜଣେ ମେଳାପୀ,ପରୋପକାରୀ, ସହୃଦୟ ଯୁବକ ଥିଲେ। ସେ ଜୟପାଟଣା ବ୍ଲକ କାର୍ଯ୍ୟାଳୟ ରେ ବିପିସି କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ତେବେ ଗତକାଲି ରାତିରେ ଛାତି ରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭବାନୀପାଟଣା ମେଡ଼ିକାଲ କୁ ଚିକିତ୍ସା ପାଇଁ ନିଆ ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶନିବାର ତାଙ୍କ ମୃତଦେହ ଗାଁ ରେ ପହଞ୍ଚିବା ପରେ ଶୋକ ର ଛାୟା ଖେଳିଯାଇଛି। ଖବର ଶୁଣିବା ପରେ ଜୟପାଟଣା ବ୍ଲକ ର କର୍ମଚାରୀ ସମେତ ଗ୍ରାମବାସୀ ମାନେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମୃତ ଚନ୍ଦନ ସାହୁ ଙ୍କ ସ୍ତ୍ରୀ ଓ ୪ ବର୍ଷ ର ଝିଅ ଓ ୮ ମାସ ର କୁନିପୁଅ ରହିଥିବା ବେଳେ ଅବେଳ ରେ ଚନ୍ଦନ ଙ୍କ ଅକାଳ ମୃତ୍ୟୁ ପରିବାର କୁ ଅସହାୟ ଓ ହତବାକ କରିଦେଇଛି। ଚନ୍ଦନ ସାହୁ ଙ୍କ ଅକାଳ ବିୟୋଗ ପରେ ଗ୍ରାମ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

