Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀ ବସ ପୁନଃ ଚଳାଚଳ ପାଇଁ ବିଜୁ ଜନତା ଦଳର ଦାବୀ।

କଳାହାଣ୍ଡି,୦୨/୦୪
ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ସାନ କେନ୍ଦୁଗୁଡ଼ା ପଦମପୁର ଓ ଶାଗ ବାହାଲି ଗାଆଁ କୁ ଓ ବଡ ଫୁର୍ଲା ଗ୍ରାମ ପଞ୍ଚାୟତ ର ବଡ ଫୁର୍ଲା କୁ ଲକ୍ଷ୍ମୀ ବସ ଚାଲିବା ପାଇଁ ବିଜୁ ଜନତା ଦଳ ଦାବୀ କରିଛି। ଲକ୍ଷ୍ମୀ ବସ ନ ଚାଲିବାରୁ କଲେଜ ଛାତ୍ର ଛାତ୍ରୀ, ଚାଷୀ ମୂଲିଆ ମହିଳା ଓ ପୁରୁଷ ମାନେ ଧର୍ମଗଡ ଉପଖଣ୍ଡ କୁ ଦୈନଦିନ ଯିବା ଆସିବା ପାଇଁ ହଇରାଣ୍ ହରକତ ଓ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ଗତ ୪ ଅପ୍ରେଲ ୨୦୨୬ ଦିନ ଧର୍ମଗଡ ବ୍ଲକ ତେଣ୍ଡାପାଲି ଗ୍ରାମ ଠାରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରିୟ କାର୍ଯ୍ୟକର୍ତ୍ତା ବୈଠକ ଚାଲିଥିବା ବେଳେ ଲକ୍ଷ୍ମୀ ବସ୍ ପୁନଃ ଚଳାଚଳ ନେଇ କିଛି ଗ୍ରାମବାସୀ ଅନୁରୋଧ କରିଥିଲେ।
ଆଜି ବିଜୁ ଜନତା ଦଳ ବ୍ଲକ ସଭାପତି ଡାକେ ଲହଜଲ ଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା ଉପ ସଭାପତି ଥବିର ପ୍ରସାଦ ସାହୁ, ମହିଳା ସଭାନେତ୍ରୀ ମମତାରାଣୀ ଗୋପାଳ, ଆଇନଜିବୀ ରାଜେନ୍ଦ୍ର ମୁନି ସନ୍ତୋଷ ପାଢ଼ୀ,ପ୍ରମୋଦ ହଂସ ରତନ ନାଏକ, ନବ କିଶୋର ମେହେର, ପୂର୍ଣ୍ଣ ଚନ୍ଦ୍ର ମେହେର ପ୍ରମୁଖ ଧର୍ମଗଡ ଉପ ଜିଲ୍ଲାପାଳ ଓ ବିଡ଼ିଓ ଙ୍କୁ ଦାବୀ ପତ୍ର ଦେଇ ଉକ୍ତ ଅଞ୍ଚଳରେ ଶୀଘ୍ର ଲକ୍ଷ୍ମୀ ବସ ଚାଲିବା ଓ ପୂର୍ବ ଭଳି ମହିଳା ମାନଙ୍କ ଠାରୁ ୫ଟଙ୍କା ଓ ପୁରୁଷଙ୍କ ଠାରୁ ୧୦ ଟିକେଟ ମୂଲ୍ୟ ନେବା ପାଇଁ ଦାବି ଜଣାଇଥିଲେ। ପ୍ରଶାସନ ଏଦିଗରେ ପଦକ୍ଷେପ ଗ୍ରହଣ ନକଲେ ବିଜୁ ଜନତା ଦଳ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଳି ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ