କୋକସରା ବ୍ଲକ,ମାଟ୍ରିକ ରେଜଲ୍ଟ ୬ ଛାତ୍ରଛାତ୍ରୀ ୯୦ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ।
କଳାହାଣ୍ଡି,୦୨/୦୫
ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। କୋକସରା ବ୍ଲକ ର ୬ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ମାର୍କ ରଖିଥିବା ନେଇ ବ୍ଲକ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ସଦର ଜବାହର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଆଦ୍ୟାସ୍ମିତା ବିଶି ୫୪୦ ମାର୍କ, ଦିବ୍ୟଶ୍ରୀ ପ୍ରଧାନୀ ୫୪୦ ମାର୍କ, ନରୋତ୍ତମ ବାଗ ୫୪୦ ମାର୍କ, ରଖିଥିବା ବେଳେ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଡ଼ହଗାଁ ର ଛାତ୍ରୀ ପ୍ରିୟଙ୍କା ମଶ୍ରା ୫୪୦ ମାର୍କ, ଗ୍ରାମ ପଞ୍ଚାୟତ ହାଇସ୍କୁଲ ରେଙ୍ଗାଳପାଲି ର ଛାତ୍ରୀ ଲିଲିମଣି ବାଗ ୫୪୦ ଓ ଶୋଭାଗ୍ୟ ନିଆଳ ୫୪୦ ମାର୍କ ରଖି ବ୍ଲକ ପାଇଁ ମାଟ୍ରିକ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ନେଇ ବିଇଓ ମହେଶ କୁମାର ଭାଟି ସୂଚନା ଦେଇଛନ୍ତି।

