Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଟ୍ରିକ ପରୀକ୍ଷାରେ ଜୟନ୍ତପୁର ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ସଫଳତା,୨ ଛାତ୍ରୀ ଏ୧ ରେ କୃତକାର୍ଯ୍ୟ।

କଳାହାଣ୍ଡି,୦୩/୦୫
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଜୟନ୍ତପୁର ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ୨ ଜଣ ଛାତ୍ରୀ ଚଳିତ ମାଟ୍ରିକ ପରୀକ୍ଷାରେ ୯୦ ଶତକଡା ରୁ ଉର୍ଦ୍ଧ୍ବ ମାର୍କ ରଖି ବିଦ୍ୟାଳୟ ପାଇଁ ସଫଳତା ଆଣିଛନ୍ତି। ସୂଚନା ମତେ ବିଦ୍ୟାଳୟ ର ଛାତ୍ରୀ ନମିତା ମାଝୀ ୫୫୦ ମାର୍କ ରଖି ୯୧.୬୬ ଓ ବବଳୀମୟୀ ନାଏକ ୫୪୦ ମାର୍କ ରଖି ୯୦ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇ ବିଦ୍ୟାଳୟ ପାଇଁ ସଫଳତା ଆଣିଛନ୍ତି। ୨ ଛାତ୍ରୀ ଙ୍କ ସଫଳତା ପାଇଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜଗଦୀଶ ଶବର ସମେତ ସହ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ମାନେ ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଗୁଣାତ୍ମକ ପାଠପଢା ଓ ମାର୍ଗଦର୍ଶନ ପାଇଁ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାଶ କରିଥିବା ନେଇ ଦୁଇ ଛାତ୍ରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ