କଳାହାଣ୍ଡି ଜିଲ୍ଲା ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ହେଲେ ତ୍ରିନାଥ ଶବର,ବିଭିନ୍ନ ମହଲ ରୁ ଶୁଭେଚ୍ଛା।
କଳାହାଣ୍ଡି,୦୪/୦୫
ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ, ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି କାନ୍ଦ୍ରା ସୋରେନଙ୍କ ଅନୁମୋଦନ ପରେ ରାଜ୍ୟର ସମସ୍ତ ଜିଲ୍ଲା ର ଆଦିବାସୀ ଜନଜାତି ସଭାପତି ଙ୍କ ନାମ ଘୋଷଣା କରାଯାଇଛି। ଏହି କ୍ରମ ରେ କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ଭାରତୀୟ ଜନତା ପାର୍ଟି କୋକସରା ବ୍ଲକ ତୃଣମୂଳ ସ୍ତର ର ଜଣେ ଆଦିବାସୀ ଯୁବନେତା ତ୍ରିନାଥ ଶବର ଙ୍କ ନାଁ ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଭାବେ ଘୋଷଣା କରାଯାଇଛି। ଶ୍ରୀ ଶବର ବିଜେପି କାର୍ଯ୍ୟକାର୍ତ୍ତା ଭାବେ ଦିର୍ଘବର୍ଷ ଧରି ଦଳ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି।ତାଙ୍କର ଦଳ ପ୍ରତି ସେବା ମନୋଭାବ ଓ କାର୍ଯ୍ୟ ସମ୍ପାଦନା ରେ ନିଷ୍ଠା ପ୍ରତି ଆନୁଗତ୍ୟ ପ୍ରକାଶ କରି ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ର ଦାୟିତ୍ୱ ସମ୍ପାଦନ ପାଇଁ ରାଜ୍ୟ ନେତୃବୃନ୍ଦ ତାଙ୍କ ନାଁ ଘୋଷଣା କରିଛନ୍ତି। ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଗୁରୁଦାୟିତ୍ୱ ମିଳିବା ପରେ ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼,ଧର୍ମଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ସୁଧୀର ରଞ୍ଜନ ପଟ୍ଟଯୋଶୀ,ଜିଲ୍ଲା ସମ୍ପାଦକ ହିମାଂଶୁ ପଣ୍ଡା,ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ,ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତଥା ରାଜ୍ୟ ଯୁବ କାର୍ଯ୍ୟକାରିଣୀ ସଦସ୍ୟ ବିନ୍ଦୁ ମହାନନ୍ଦ ସମେତ ଜିଲ୍ଲା ର ଦଳୀୟ ନେତୃବୃନ୍ଦ ଓ କୋକସରା ବ୍ଲକ ର ଦଳୀୟ ନେତୃବୃନ୍ଦ ଓ କର୍ମକର୍ତ୍ତା ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଦଳ ନେତୃବୃନ୍ଦ ଯେଉଁ ଆସ୍ଥା ଓ ବିଶ୍ଵାସ ପ୍ରକଟ କରି ମୋତେ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି,ଜଣେ ଶୃଙ୍ଖଳିତ କାର୍ଯ୍ୟକାର୍ତ୍ତା ଭାବେ ମୁଁ ଜିଲ୍ଲା ରେ ଅନୁସୂଚିତ ଜନଜାତି ର ଉନ୍ନତି ଓ ଦଳୀୟ ପରାକାଷ୍ଠା କୁ ବଜାୟ ରଖିବି ବୋଳି ଶ୍ରୀ ଶବର କହିଛନ୍ତି।

