ପଶ୍ଚିମବଙ୍ଗରେ ଫୁଟିବ ପଦ୍ମ! ଭୁସୁଡୁଛି ମମତାଙ୍କ ଗଡ଼
ପଶ୍ଚିମବଙ୍ଗ, ୪ | ୫ : ପଶ୍ଚିମବଙ୍ଗରେ ନିର୍ବାଚନର ଆଜି ଥିଲା ଭୋଟ ଗଣତି ପ୍ରକ୍ରିୟା | ବର୍ତ୍ତମାନ ଭୋଟ ଗଣତିର ଫଳାଫଳ ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗରେ ୨୯୩ରୁ ୨୮୮ ଆସନରେ ମଧ୍ୟରେ ବିଜେପି ୧୬୮ ଆସନ ନିଜ ଅକ୍ତିଆରରେ କରିଥିବା ବେଳେ ଟିଏମସି ୧୧୩ ଆସନ ଓ ଅନ୍ୟାନ୍ୟ ୦୭ ରହିଛି। ତେବେ ଶାସକ ଦଳ ଟିଏମସିକୁ ପଛରେ ପକାଇ ୧୫୦ରୁ ଅଧିକ ସିଟରେ ଆଗୁଆ ଅଛି ବିଜେପି।
ସୂଚାନଯୋଗ୍ୟ, ପଶ୍ଚିମବଙ୍ଗରେ, ଏଥର ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପ୍ରଥମ କରି ସ୍ୱାଧୀନତା ପରଠାରୁ ସର୍ବାଧିକ ଭୋଟର ମତଦାନ ହୋଇଛି, ଏପ୍ରିଲ ୨୩ ଏବଂ ଏପ୍ରିଲ ୨୯ରେ ଅନୁଷ୍ଠିତ ଦୁଇଟି ପର୍ଯ୍ୟାୟରେ ମତଦାନ ପ୍ରାୟ ୯୩ ପ୍ରତିଶତ ରହିଛି।
ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ଟି ଆସନ ପାଇଁ ନିର୍ବାଚନ ଫଳାଫଳ ବର୍ତ୍ତମାନ ଘୋଷଣା କରାଯାଉଛି। କାରଣ ଅନିୟମିତତା ରିପୋର୍ଟ ପରେ ନିର୍ବାଚନ କମିଶନ ଆସନ ପାଇଁ ପୁନଃ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏହି ଆସନ ପାଇଁ ମେ ୨୧ରେ ପୁନଃ ଭୋଟ୍ ଗ୍ରହଣ କରାଯିବ ଏବଂ ମେ ୨୪ରେ ଭୋଟ୍ ଗଣତି ହେବ। ତେବେ କୋଲକାତାର ଭବାନୀପୁର ଆସନ ଉପରେ ରହିଛି ଏବେ ସଭିଙ୍କ ନଜର କାରଣ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ତେଣୁ ଏହି ଆସନରେ କାହାର ବିଜୟ ହେବ ତାହା ଫଳାଫଳ ପରେ ନିଶ୍ଚିତ ହେବ |

