ଶାସକ ଦଳକୁ ପଛରେ ପକାଇ ୧୬୦ ଆସନରେ ଆଗରେ ରହଛି ବିଜେପି
ପଶ୍ଚିମବଙ୍ଗ ,୪ | ୫ :ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହୋଇଛି | ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା ହେଉଛି । ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୬୦ ଆସନରେ ଆଗୁଆ ରହିଥିବା ବେଳେ ଟିଏମସି୧୧୭ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟଦଳ ଗୁଡିକ ୧ ଆସନରେ ଆଗୁଆ ରହିଛନ୍ତି। ରାଜ୍ୟ ବିଧାନସଭାରେ ସରକାର ଗଠନ ପାଇଁ ୧୪୮ ଆସନର ମ୍ୟାଜିକ ସଂଖ୍ୟା ରହିଥିବାବେଳେ ବିଜେପି ପ୍ରଥମ ପର୍ଯ୍ୟାୟ ଗଣତିରେ ଏହାକୁ କ୍ରସ କରି ଆଗକୁ ବଢ଼ୁଥିବାର ଦେଖାଯାଉଛି |

