Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩ ରାଜ୍ୟରେ ବିଜେପି ଆଗୁଆ; ତାମିଲନାଡୁରେ ଟିଭିକେ ଝଡ଼,କେରଳମ୍‌ରେ କଂଗ୍ରେସ ସରକାର!

ନୂଆଦିଲ୍ଲୀ, ୪ | ୫ : ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା କରାଯାଉଛି। ସେହିପରି ତାମିଲନାଡୁର ୨୩୪, କେରଳମ୍‌ର ୧୪୦ ଆସନ, ଆସାମର ୧୨୬ ଆସନ ତଥା କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ୨୯ ଆସନ ପାଇଁ ଭୋଟ୍ ଗଣତି ପ୍ରକ୍ରିୟା ଜାରି ରହିଛି |

ତେବେ ଭୋଟ୍ ଗଣତିର ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ବିଜେପି ଶାସକ ଦଳ ଟିଏମସିକୁ ପଛରେ ପକାଇ ୧୬୫ ଆସନରେ ଆଗୁଆ ରହିଥିବାବେଳେ ଟିଏମସି ୧୨୩ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛନ୍ତି।

ସେହିପରି ଆସାମରେ ଶାସକ ବିଜେପି ୯୫ ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୨୯ ଆସନରେ ଆଗୁଆ ରହିଛି | ଅନ୍ୟ ଦଳ ୨ ଆସନରେ ଆଗୁଆ ରହିଛନ୍ତି। ଏହାସହିତ ପୁଡୁଚେରୀରେ ବିଜେପି ୨୨ ଆସନରେ ଆଗୁଆ ରହିଛି | କଂଗ୍ରେସ ୬ ଆସନ ଏବଂ ଅନ୍ୟଦଳ ଗୋଟିଏ ଆସନରେ ଆଗୁଆ ରହିଛନ୍ତି। ଅନ୍ୟପଟେ ସୁପରଷ୍ଟାର ବିଜୟଙ୍କ ଦଳ ଟିଭିକେ ତାମିଲନାଡୁରେ ଇତିହାସ ରଚିଛି। ସୂଚନା ଅନୁସାରେ, ଟିଭିକେ ୧୦୯ ଆସନରେ ରହିଛି | ଏହାସହିତ ଏଆଇଏଡିଏମ୍‌କେ ୭୩, ଡିଏମ୍‌କେ ୫୨ ଆସନରେ ଆଗୁଆ ରହିଛନ୍ତି। ସେହିପରି କେରଳମ୍‌ରେ କଂଗ୍ରେସ ୧୦୦ ଆସନରେ ଆଗୁଆ ରହିଛି | ବାମଦଳ ୩୯ ଆସନରେ ଏବଂ ଅନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ