Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ମାଧ୍ୟମିକ ବୋର୍ଡ଼ ପରୀକ୍ଷା ରେ କିସ କଳାହାଣ୍ଡି ର ଛାତ୍ରଛାତ୍ରୀ ଙ୍କ ଶତପ୍ରତିଶତ କୃତକାର୍ଯ୍ୟ ।

କଳାହାଣ୍ଡି,୦୪/୦୫
କଳାହାଣ୍ଡି ସ୍ଥିତ କିସ ଆବାସିକ ବିଦ୍ୟାଳୟ ବାଦଲୀ, ର ପ୍ରଥମ ବର୍ଷ ଦଶମ ପରୀକ୍ଷା ରେ ଶତ ପ୍ରତିଶତ ପାସ କରି ସ୍କୁଲ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ଛାତ୍ରୀ ମାନେ l ପ୍ରକାଶ ଥାଉ କି ଏହି ବିଦ୍ୟାଳୟଟି ଏକ ହଜାର ରୁ ଅଧିକ କେବଳ ଆଦିବାସୀ ଛାତ୍ରୀ ମାନଙ୍କ ପାଇଁ ନିଶୁଳ୍କ ଓ ଆବାସିକ ବିଦ୍ୟାଳୟ ଅଟେ l ଚଳିତ ବର୍ଷ 47 ଜଣ ଛାତ୍ରୀ ଙ୍କ ମଧ୍ୟରୁ ସମସ୍ତେ ଦଶମ ପରୀକ୍ଷା ରେ କୃତ୍ତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀ ରେ 22ଜଣ ଓ 2 ଜଣ A2 ଗ୍ରେଡ ରଖି ଉତୀର୍ଣ୍ଣ ହୋଇଛନ୍ତି l ସର୍ବାଧିକ 80 ପ୍ରତିଶତ ନମ୍ବର ରଖିଥିବା ପଦ୍ମାବତୀ ମହାଳିଙ୍ଗ ଓ ମନୀଷା ଧରୁଆ ସ୍କୁଲ ପାଇଁ ଆଣି ଦେଇଛନ୍ତି ଗର୍ବ ଓ ଗୌରବ l ପଦ୍ମାବତୀ ମହାଳିଙ୍ଗ ପିତା ସୁଶାନ୍ତ ମହାଳିଙ୍ଗ ଓ ମାତା ରୀନା ମହାଳିଙ୍ଗ ଙ୍କ ଚାରି ଟା ସନ୍ତାନ ମଧ୍ୟରୁ ପ୍ରଥମ ସନ୍ତାନ ଅଟନ୍ତି ପଦ୍ମା,ଜେଜେମା ଜେଜେବାପା ଙ୍କ ସମେତ ଘରେ ଆଠ ଜଣ ସଦସ୍ୟ l କେସିଙ୍ଗା ବ୍ଲକ ଅନ୍ତର୍ଗତ ସିଙ୍ଗାରୀବାହାଲ ଗ୍ରାମର ଏ ଗରିବ ଓ ସରଳ ଝିଅଟି ଦିନେ ଆଇ.ପି.ଏସ ହେବାର ହେବାର ସ୍ବପ୍ନ ଦେଖୁଥିବା ବେଳେ ବାଧା ସାଜିଥିଲା ପରିବାରର ବୋଝ ସାଙ୍ଗକୁ ଉପଯୁକ୍ତ ଶିକ୍ଷା l ସାଧାରଣ ଚାଷ କାର୍ଯ୍ୟ କରି ଗୁଜୁରାଣ ମେଣ୍ଟାଉଥିବା ବାପାଙ୍କ ମୁଣ୍ଡରେ ସବୁବେଳେ ଚିନ୍ତା ଯେ ଝିଅଟିର ସ୍ବପ୍ନ କେମିତି ପୂରଣ କରିବି l ଏତିକି ବେଳକୁ ଗାଁ ର ଜଣେ ସମ୍ପର୍କୀୟ ବଡବାପାଙ୍କ ଠାରୁ କଳାହାଣ୍ଡି ର କିସ ବିଦ୍ୟାଳୟ ବିଷୟ ରେ ଜାଣିବାକୁ ପାଇ ଗାଁ ରେ ଷଷ୍ଠ ପର୍ଯନ୍ତ ପଢିଥିବା ଝିଅ ଟି 2022 ମସିହାରେ ସପ୍ତମ ଶ୍ରେଣୀ ରେ ନାମ ଲେଖାଇଥିଲେ l ପାଠ ପଢା ବ୍ୟତୀତ ମାରଚିଂ, ଖେଳକୁଦ, ଭାଷଣ, ରଚନା ଲିଖନ, ଚିତ୍ର, ଓ ଅଭିନୟ ଅତି ଉଚ୍ଚ କୋଟିର ଥିଲା l ଲଗାତାର ତିନି ବର୍ଷ କମାଣ୍ଡର ଭାବେ ବେଷ୍ଟ ଗାଇଡ଼ ପୂରସ୍କାର ଜିଲ୍ଲା ସ୍ତରରେ ପାଇବାର ସୁଯୋଗ ଦେଇଛନ୍ତି ପଦ୍ମାବତୀ l ଉଚ୍ଚ ଗୁଣବତ୍ତା ସମ୍ପନ୍ନ ପାଠପଢା ସମେତ ରହିବା ଖାଇବା ସମ୍ପୂର୍ଣ ନିଶୁଳ୍କ ବିଦ୍ୟାଳୟ ଟି ଭାଗ୍ୟ ବଦଳାଇ ଦେଇଥିଲା ଏ ଝିଅଟିର l ଅନ୍ୟ ଏକ 80 ପ୍ରତିଶତ ନମ୍ବର ରଖିଥିବା ଛାତ୍ରୀ ମନୀଷା ଧରୁଆ ପିତା ସ୍ବର୍ଗତ ଶରତ ଚନ୍ଦ୍ର ଧରୁଆ ମାତା ଦେବକୀ ଧରୁଆ ନର୍ଲା ବ୍ଲକ ସ୍ଥିତ କାରୁଙ୍ଗପଦର ର ବାସିନ୍ଦା ଅଟନ୍ତି l ମାତ୍ର 3 ବର୍ଷ ରୁ ପିତାଙ୍କ ସ୍ନେହରୁ ବଞ୍ଚିତ ହୋଇଥିବା ଏ ଝିଅଟି ଆଗକୁ ବଡହୋଇ ଡାକ୍ତର ହୋଇ ଗରିବ ନିରୀହ ଲୋକଙ୍କ ସେବା କରିବାର ଦୃଢଲକ୍ଷ୍ୟ ରଖିଥିଲେ l ବାପା ଙ୍କ ଅନ୍ତେ ମା ଦେବକୀ ଧରୁଆ ଦୁଇ ଝିଅ ଓ ଗୋଟେ ପୁଅ ଙ୍କୁ କେମିତି ମଣିଷ କରିବେ ସର୍ବଦା ଚିନ୍ତାରେ ଗ୍ରସିତ ଥିବାବେଳେ ମଧୁପୁର ସରକାରୀ ବାଳିକା ବିଦ୍ୟାଳୟରେ ସପ୍ତମ ପର୍ଯନ୍ତ ପଢାସାରି ନିଜର ଲକ୍ଷ୍ୟ କୁ ଶତପ୍ରତିଶତ ପୂରଣ କରିବା ଉଦ୍ଦେଶ୍ୟ ରେ 2023 ମସିହାରେ ଅଷ୍ଟମ ଶ୍ରେଣୀ ରେ ନାମ ଲେଖାନ୍ତି କିସ ଆବାସିକ ବିଦ୍ୟାଳୟ କଳାହାଣ୍ଡିରେ l ପାଠପଢା ସାଙ୍ଗକୁ ନିଖୁଣ ନୃତ୍ୟ, ଅଭିନୟ, ଭାଷଣ, ରଚନା ଲିଖନ ଖେଳକୁଦ ଓ ମାରଚିଂ ରେ ଭଗନେଇ ଆମ ସ୍କୁଲ କୁ କରିଛନ୍ତି ଗର୍ବିତ l ଆଜି ଏ 47 ଜଣ ଛାତ୍ରୀଙ୍କ ର ଭାଗ୍ୟବିଧାତା ଓ ଯାହାଙ୍କ ପ୍ରଚେଷ୍ଟାରେ ହଜାର ହଜାର ଆଦିବାସୀ ଛାତ୍ର ଛାତ୍ରୀ ଆଜି ସମାଜର ଶୀର୍ଷ ସ୍ଥାନ ରେ ପହଂଚି ପାରିଛନ୍ତି ତାହା କେବଳ ସଫଳ ହୋଇଛି କୀଟ ଓ କିସ ର ପ୍ରତିଷ୍ଠାତା ଡ଼ ଅଚୁତ ସାମନ୍ତ ଙ୍କ ଉଦ୍ୟମ ରେ ତାଙ୍କର ଆଶୀର୍ବାଦ ସର୍ବଦା ଏ ଛାତ୍ର ଛାତ୍ରୀଙ୍କ ଉପରେ ରହିଛି ଓ ରହିବ l ସମସ୍ତ ଶିକ୍ଷକ ଶିକ୍ଷୟତ୍ରି ମାନଙ୍କ ସଦଇଚ୍ଛା ଓ କଠିନ ପରିଶ୍ରମ ହେତୁ ଏହିପରି ସଫଳତା ହୋଇପାରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ