Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତାମିଲନାଡ଼ୁ ନିର୍ବାଚନ ଫଳାଫଳ; ନିଜ ଆସନରେ ନିଜେ ହାରିଗଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍

ତାମିଲନାଡ଼ୁ, ୪ | ୫ : ତାମିଲନାଡ଼ୁର ନିର୍ବାଚନ ଗଣତି ପ୍ରକ୍ରିୟାକୁ ନେଇ ଏକ ବଡ ଖବର ଆସିଛି |ଏଠାରେ ନୂଆକରି ଗଠନ ହୋଇଥିବା ଟିଭିକେ ସରକାର ଏବେ ରାଜ୍ୟର ମଙ୍ଗ ଧରିବାକୁ ଯାଉଛି | କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଏମ୍ କେ ଷ୍ଟାଲିନ ନିଜ ଆସନରେ ନିଜେ ପରାଜୟର ସମ୍ମୁଖୀନ ହୋଇଛନ୍ତି । ସେ ତାଙ୍କର ଆସନ କୋଲାଥୁରରୁ ନିର୍ବାଚନ ମଣ୍ଡଳୀର ଲଢ଼ୁଥିଲେ । ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଟିଭିକେ ପ୍ରାର୍ଥୀ ଭି.ଏସ୍ ବାବୁଙ୍କ ଠାରୁ ପରାଜିତ ହୋଇଛନ୍ତି । ସୂଚନା ଅନୁସାରେ ଟିଭିକେ ପ୍ରାର୍ଥୀଙ୍କୁ ୭୬୭୯୬ ଭୋଟ ମିଳିଥିବା ବେଳେ ଷ୍ଟାଲିନଙ୍କୁ ୬୮୫୧୨ ଖଣ୍ଡ ଭୋଟ ମିଳିଛି । ଅପରପକ୍ଷରେ ଏଆଇଏଡିଏମକେ ପ୍ରାର୍ଥୀଙ୍କୁ ମାତ୍ର ୧୭୩୨୫ ଖଣ୍ଡ ଭୋଟ ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ