ପଶ୍ଚିମବଙ୍ଗରେ ଫୁଟିଲା ପଦ୍ମ! ଫିକା ପଡିଲା ମମତାଙ୍କ ୧୫ ବର୍ଷର ଶାସନ
ପଶ୍ଚିମବଙ୍ଗ, ୫ | ୫ : ପଶ୍ଚିମବଙ୍ଗରେ ଫୁଟିଲା ପଦ୍ମ | ଏବେ କ୍ଷମତାକୁ ଆସିବ ବିଜେପି | ମୋଦୀଙ୍କ ଜଲୱା ଏବେ ବଙ୍ଗରେ କମାଲ କରିଛି | ପଶ୍ଚିମବଙ୍ଗ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ କାଲି ଆରମ୍ଭ ହୋଇଥିଲା ଭୋଟ ଗଣତି ପ୍ରକ୍ରିୟା | ଆଉ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଏବେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବା ସ୍ପଷ୍ଟ ହୋଇଛି | ସୂଚନା ଅନୁସାରେ, ମମତା ବାନାର୍ଜୀ ନିଜ ସିଟ୍ ଭବାନୀପୁରରେ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ୧୫ ହଜାର ୧୦୫ ଖଣ୍ଡ ଭୋଟ୍ରେ ବ୍ୟବଧାନରେ ହାରି ଯାଇଛନ୍ତି | ଏହାପୂର୍ବରୁ ୨୦୨୧ରେ ମଧ୍ୟ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କଠୁ ମମତା ହାରିଥିଲେ । ଏଥର ପ୍ରତିଦ୍ବନ୍ଦିତା କରିଥିବା ଏକମାତ୍ର ଆସନ ଭବାନୀପୁରରୁ ହାରିଛନ୍ତି ମମତା ।
ପଶ୍ଚିମବଙ୍ଗ ଭବାନୀପୁରରେ ତାଙ୍କର ପ୍ରତିଦ୍ବନ୍ଦୀ ଭାବେ ଛିଡା ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କଠାରୁ ୧୫ ହଜାରରୁ ଅଧିକ ଭୋଟରେ ହାରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୨୦୧୧କୁ ମିଶାଇ ଶୁଭେନ୍ଦୁଙ୍କ ଠାରୁ ଦୁଇ ଦୁଇଥର ପରାସ୍ତ ହେଲେଣି ମମତା । ପଶ୍ଚିମବଙ୍ଗରେ ଦୀର୍ଘ ୧୫ ବର୍ଷର ଶାସନ ପରେ ଏବେ ମମତା ବାନାର୍ଜୀ ସରକାରକୁ ଧୂଳିସାତ କରି ପ୍ରଥମ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି ବିଜେପି ।

