Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଟୋରେ ନେଇ ଦୁଇ ଭଉଣୀଙ୍କୁ କଲେ ଦୁଷ୍କର୍ମ ; ପୀଡିତାଙ୍କୁ ଟ୍ରେନରେ ଚଢ଼ାଇ ଫେରାର ହେଲେ ଅଭିଯୁକ୍ତ

ଲକ୍ଷ୍ନୌ,୫।୫: ମଥୁରାରୁ ଆସିଛି ଚାଞ୍ଚଲ୍ୟକର ଘଟଣା | ଯେଉଁଠି ଦୁଇ ନାବାଳିକା ଭଉଣୀଙ୍କୁ ଗଣ ବଳତ୍କାର କରିଥିବା ଏକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ବୃନ୍ଦାବନର ଏକ ଆଶ୍ରମକୁ ଖାଇବା ପାଇଁ ଯାଇଥିବା ସମୟରେ ସେମାନଙ୍କର ଜଣେ ଅଟୋ-ରିକ୍ସା ଚାଳକଙ୍କ ସହ ସାକ୍ଷାତ ହୋଇଥିଲା। ଡ୍ରାଇଭର ଦୁହିଁଙ୍କୁ ମିଛ ପ୍ରଲୋଭନ ଦେଖାଇ ମଥୁରାର ଧୌଲିପ୍ୟୁ ଅଞ୍ଚଳରେ ଥିବା ଏକ ହୋଟେଲକୁ ନେଇଯାଇଥିଲେ; ଏବଂ ସେଠାରେ ସେ ତାଙ୍କ ବନ୍ଧୁମାନଙ୍କୁ ଡାକି ଦୁହିଁଙ୍କ ସହ ଗଣବଳାତ୍କାର କରିଥିଲେ । ତେବେ ଏ ଘଟଣାରେ ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତଙ୍କ ସମେତ ପୋଲିସ ଚାରି ଜଣ ଯୁବକଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ , ବୃନ୍ଦାବନର ବଂଶିୱାଲ ଅଞ୍ଚଳରେ ରହୁଥିବା ଜଣେ ଶ୍ରମିକଙ୍କ ଦୁଇ ନାବାଳିକା ଝିଅ ଖାଇବା ପାଇଁ ପାଖ ଆଶ୍ରମକୁ ଯାଇଥିଲେ। ଆଉ ସେହି ସମୟରେ ଅଟୋ ଡ୍ରାଇଭର ପ୍ରଲୋଭିତ ଦେଖାଇ ତାଙ୍କୁ ମଥୁରା ନେଇଯାଇଥିଲେ । ତାଙ୍କ ଝିଅମାନଙ୍କ ନିଖୋଜ ହେବା ନେଇ ବିଚଳିତ ହୋଇ ବାପା ମେ ଏକ ତାରିଖରେ ଥାନାରେ ଯାଇ ଏକ ଲିଖିତ ଅଭିଯୋଗ କରିଥିଲେ | ପିତାଙ୍କ ଲିଖିତ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ପୋଲିସ ଏକ ମାମଲା ରୁଜୁ କରିବା ସହିତ ଦୁଇ ନାବାଳିକା ଝିଅଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲା । ପୋଲିସ ଖୋଜାଖୋଜି କରୁଥିବା ବେଳେ, ଦୁଇ ଭଉଣୀ ମେ ୩ ତାରିଖରେ ଘରକୁ ଫେରି ଆସିଥିଲେ। ନାବାଳିକା ଦୁହିଁଙ୍କ କହିବା ଅନୁସାରେ, ଅଟୋ-ରିକ୍ସା ଚାଳକ ଜଣକ ସେମାନଙ୍କୁ ପ୍ରତାରଣାମୂଳକ କଥା କହି ପ୍ରଲୋଭିତ କରିଥିଲେ, ମଥୁରାର ଏକ ହୋଟେଲକୁ ନେଇ ଯାଇ ଦୁହିଁଙ୍କ ସାଙ୍ଗେ ଗଣବଳାତ୍କାର କରିଥିଲେ।
ପୀଡିତାମାନେ ଆହୁରି କହିଥିଲେଯେ, ଅଟୋ-ରିକ୍ସା ଡ୍ରାଇଭର ପ୍ରଥମେ ସେମାନଙ୍କୁ ଦୀର୍ଘ ସମୟ ଧରି ମଥୁରାର ଗଳି କନ୍ଦିରେ ବୁଲାଇଥିଲେ । କିଛି ସମୟ ପରେ ସେ ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ୍ କରିଥିଲେ। ତା’ପରେ ସେ ସେମାନଙ୍କୁ ଧୌଲିପ୍ୟୂ ଅଞ୍ଚଳରେ ଥିବା ଏକ ହୋଟେଲକୁ ନେଇଯାଇଥିଲେ, ଯେଉଁଠାରେ ତିନି ଜଣ ବ୍ୟକ୍ତି ସେମାନଙ୍କ ସହ ଦୁଷ୍କର୍ମ କରିଥିଲେ | ଅପରାଧ ପରେ, ଚାରି ଜଣ ଅପରାଧୀ ପୀଡିତାଙ୍କୁ ଭୟଭୀତ କରିଥିଲେ ଏବଂ ଏକଥା କାହାରିକୁ ଜଣାଇଲେ ସେମାନଙ୍କ ପରିବାରକୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ। ଶେଷରେ, ଅଭିଯୁକ୍ତମାନେ ଉଭୟଙ୍କୁ ଦିଲ୍ଲୀ ଯାଉଥିବା ଟ୍ରେନରେ ବସାଇ ନିଜେ ଫେରାର ହୋଇ ଯାଇଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ