Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆବାସ ଘର ପାଇଁ ଲାଞ୍ଚ ନେଉଥିଲେ ଏଡିଇଓ ମାଡି ବସିଲା ଭିଜିଲାନ୍ସ।

କଳାହାଣ୍ଡି,୦୫/୦୫
କଳାହାଣ୍ଡି ଜିଲ୍ଲା ଭିଜିଲାନ୍ସ ଜାଲରେ ଜୁନାଗଡ଼ ବ୍ଲକ ଆଟିଗାଁ ପଞ୍ଚାୟତ ଏଡିଇଓ ଦେବେନ୍ଦ୍ର ସାହୁ। ଜଣେ ହିତାଧିକାରୀ ଙ୍କ ପ୍ରଧାନମନ୍ତ୍ରୀ ଆବାସ ପାଇଁ ୬ ହଜାର ଲାଞ୍ଚ ନେଉଥିଲେ l ଏହି ସମୟରେ ପୂର୍ବ ଯୋଜନା ଅନୁଯାୟୀ ମାଡି ବସିଲା ଭିଜିଲାନ୍ସ ଟିମ। ଲାଞ୍ଜ ନେଉଥିବା ଟଙ୍କା ସହିତ ଏଡିଇଓ ଙ୍କୁ ଉଠାଇନେଇଛି ଭିଜିଲାନ୍ସ ଟିମ।ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇ ଦେବା ପାଇଁ ଆଟିଗାଁର ଶ୍ରୀବତ୍ସ ଭୋଇଙ୍କ ଠାରୁ ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ଲକ ସମ୍ମୁଖରେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା। ଏହାସହ ବ୍ଲକ କାର୍ଯ୍ୟାଳୟ ରେ ତଦନ୍ତ ଆରମ୍ଭ କରିଛନ୍ତି ଭିଜିଲାନ୍ସ ବିଭାଗ,ତଦନ୍ତ ଜାରି ରହିଛି ଓ ସବିଶେଷ ସୂଚନା ତଦନ୍ତ ପରେ ଦିଆଯିବା ନେଇ ଭିଜିଲାନ୍ସ ଟିମ ପକ୍ଷରୁ ସୂଚନା ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories