ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର।
କଳାହାଣ୍ଡି,୦୫/୦
ମଙ୍ଗଳବାର ସକାଳୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ରେ ଏକ ମୃତ ଦେହ ଭାସି ଆସୁଥିବା ସୂଚନା ମିଳିଥିଲା । ମୃତ ଦେହଟି ଜୟପାଟଣା ଥାନା ଅଂଚଳରୁ ଭାସି ଆସୁଥିବା ବେଳେ କଲମପୁର ଜୟପାଟଣା ଥାନା ସୀମାନ୍ତରେ ଜୟପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ସକାଳ ସାଢେ ୮ଟା ବେଳେ କଲମପୁର ଥାନା ଅଧୂକାରୀ ସୁନିଲ କୋଣ୍ଡାଗୋରୀ, ଏ.ଏସ.ଆଇ ନାନକ ସାହୁ ପ୍ରମୁଖ ପହଂଚି ପ୍ରାଥମିକ ତଦନ୍ତ କରିଥିଲେ । ମୃତ ଦେହଟି ଦୁଇ ତିନି ଦିନ ପୂହର୍ବର ହେଇଥିବା ଅନୁମାନ କରାଯାଉଛି । ମୃତ ଦେହଟି ମୁଖିଗୁଡା ପୁରୁଣା ବଜାର ପଡାର ଚଇତୁ ମାଝୀଙ୍କ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ମୃତକଙ୍କ କିଛି ସମ୍ପର୍କୀୟ ପହଂଚି ଶବ ଚିହ୍ନଟ କରିଛନ୍ତି । ଶବ ବାହକ ଯାନ ସହାୟତାରେ ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ କଲମପୁର ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଓ ଘଟଣା ର ତଦନ୍ତ ଜାରି ରହିଛି।

