Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇନ୍ଦ୍ରାବତୀ ମେଗାଲିଫ୍ଟ କୃଷକ ମଞ୍ଚ ପକ୍ଷରୁ ୮ ରେ କୋକସରା ଠାରେ ଚାଷି ଆନ୍ଦୋଳନ ଚୁଡାନ୍ତ ବୈଠକ।

କଳାହାଣ୍ଡି,୦୫/୦୫
ଇନ୍ଦ୍ରାବତୀ ମେଗାଲିଫ୍ଟ ଅଞ୍ଚଳ ର ଜୟପାଟଣା,କୋକସରା ଧର୍ମଗଡ ଅଞ୍ଚଳ ର ୧୮,୮୮୫ ହେକ୍ଟର ରେ ଚାଷ କରିଥିବା ଚାଷି ଚଳିତ ରବି ଧାନଚାଷ ବିକ୍ରି ରୁ ବଞ୍ଚିତ ରହିଛନ୍ତି। ଏହାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସମେତ ବିଭାଗୀୟ ଅଧିକାରୀ ଓ ସଚିବ ସ୍ତରରେ ରାଜ୍ୟ ସରକାରଙ୍କ ନିକଟରେ ବିଭିନ୍ନ ସମୟରେ କଳାହାଣ୍ଡି ର ବିଧାୟକ ଓ ଚାଷି ସଙ୍ଗଠନ ସାକ୍ଷାତ କରି ଦାବିପତ୍ର ଦେବାସହ ଚାଷି ଙ୍କ ପାଇଁ କରିବା ସତ୍ତ୍ୱେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରା ଗଲାନାହିଁ। ଏହାକୁ ନେଇ ୩ ବ୍ଲକ ର ଚାଷି ତ୍ରିଶଙ୍କୁ ଅବସ୍ଥାରେ ରହିଛନ୍ତି। ଚାଷି ଙ୍କ ପୁଞ୍ଜିଭୁତ ଅସନ୍ତୋଷ ଆନ୍ଦୋଳନ ର ରୂପ ନେଇଛି।ଆସନ୍ତା ୮ ତାରିଖରେ କୋକସରା ଠାରେ ଇନ୍ଦ୍ରାବତୀ ମେଗାଲିଫ୍ଟ କୃଷକ ସଙ୍ଘ ପକ୍ଷରୁ ବ୍ୟାପକ ଆନ୍ଦୋଳନ ସହ ଜାତୀୟ ରାଜପଥ ଅବରୋଧ,ସରକାରୀ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର କୃଷକ ସଙ୍ଘ ର ଚୂଡାନ୍ତ ବୈଠକ କୋକସରା ଦୁର୍ଗା ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ବୈଠକ ର ସଭାପତି ପୁରୁଷୋତ୍ତମ ଗୁପ୍ତା ଓ କାର୍ଯ୍ୟକାରୀ ସଭାପତି ରାଜୀବ କୁମାର ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ଆନ୍ଦୋଳନ ର ରୂପରେଖ ନେଇ ଆଲୋଚନା କରାଯାଇଥିଲା। ଆନ୍ଦୋଳନ ସମର୍ଥନ କରିବା ପାଇଁ କଳାହାଣ୍ଡି ଜିଲ୍ଲାର ସମସ୍ତ ବିଧାୟକ, ଜନ ପ୍ରତିନିଧି, ବିଭିନ୍ନ ମହାସଙ୍ଘ କୁ ମଧ୍ୟ ସଙ୍ଘ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ବୈଠକରେ ବିଜେଡି ପୂର୍ବତନ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ,ବରିଷ୍ଠ ଆଇନଜୀବୀ ଦିଗାମ୍ବର ଦୁରିଆ,ପ୍ରଶାନ୍ତ ତିୱାରୀ,ନବୀନ କୁମାର ନାଏକ,ତ୍ରିଭୁବନ ନାଏକ,ସୁନୀଲ ଚନ୍ଦ୍ର ଦୁରିଆ, ନାରାୟଣ ପଟ୍ଟନାୟକ,ଲକ୍ଷ୍ମୀ ନାରାୟଣ ପ୍ରଧାନୀ,କିରଣ ସାହୁ,ସୁବ୍ରତ ସାହୁ, ପଞ୍ଚକ ପୋଢ଼,ବିଶ୍ୱନାଥ ପଟ୍ଟନାୟକ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ