ଗାଁ କୁ ପକ୍କା ରାସ୍ତା ନାହିଁ, ଖଟିଆ ରେ ବୁହା ହେଲେ ଗର୍ଭବତୀ ମହିଳା।
କଳାହାଣ୍ଡି,୦୬/୦୫
ଗାଁ କୁ ଭଳରାସ୍ତା ଖଣ୍ଡେ ନାହିଁ। ଏଣୁ ଗାଁ ଭିତରକୁ କୁ ଆମ୍ବୁଲାନ୍ସ ଯାଇ ପାରିଲା ନାହିଁ, ଯାହାରି ଫଳରେ ଜଣେ ଗର୍ଭବତୀ ମହିଳା ଙ୍କୁ ଖଟିଆ ରେ ବୋହି ୧ କିଲୋମିଟର ଆମ୍ବୁଲାନ୍ସ ପାଖକୁ ନେବାକୁ ବୋହି ନେଇଛନ୍ତି ପରିଜନ। କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳର ଧଅଁରପୁର ପଞ୍ଚାୟତ ଆମ୍ବଗୁଡା ମାଲପଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।
ସୂଚନା ମତେ ମାଲପଡ଼ା ଗ୍ରାମ ର ଦେବାନନ୍ଦ ମାଝୀ ଙ୍କ ସ୍ତ୍ରୀ ଲଳିତା ମାଝୀ ଙ୍କୁ ପ୍ରସବ ବେଦନା ହେବାରୁ ଜନନୀ ଆମ୍ବୁଲାନ୍ସ କୁ ଯୋଗଗୋଗ କରିଥିଲେ। ତେବେ କାଳବୈଶାଖୀ ବର୍ଷାଯୋଗୁଁ ଗାଁ କୁ ସଂଯୋଗ କରୁଥିବା ପ୍ରାୟ ୧ କିମି ରାସ୍ତା କାଦୁଅ ରେ ଭର୍ତ୍ତି ହୋଇଥିବା କାରଣରୁ ଆମ୍ବୁଲାନ୍ସ ଆମ୍ବଗୁଡା ମୁଖ୍ୟ ରାସ୍ତା ରେ ଅଟକି ରହିଥିଲା।ସେପଟେ ପ୍ରସବ ବେଦନା ରେ ଛଟପଟ ହେଉଥିବା ଗର୍ଭବତୀ ପରିବାର ଲୋକେ କୌଣସି ଉପାୟ ନ ପାଇଁ ଆଶାକର୍ମୀ ଓ ସମ୍ପର୍କୀୟ ଙ୍କ ସହଯୋଗ ରେ ଶେଷରେ ଏକ ଖଟିଆ ରେ ବୋହି ଆମ୍ବୁଲାନ୍ସ ପାଖକୁ ବୋହି ନେଇଥିଲେ । ପରେ ଗର୍ଭବତୀ ଙ୍କୁ ଆମ୍ବୁଲାନ୍ସ ରେ ସ୍ୱାସ୍ଥ୍ୟ କେନ୍ଦ୍ରାପଡା କୁ ନିଆଯାଇଛି। ଏହି ଘଟଣା ଟି ନୁଆଁ ନୁହେଁ ବିଗତ ବର୍ଷ ରେ ମଧ୍ୟ ଏହି ଗ୍ରାମ ର ଜଣେ ଗର୍ଭବତୀ ମହିଳା ଙ୍କୁ ଖଟିଆ ରେ ବୋହି ନିଆ ଯାଇଥିଲା । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି କିମ୍ବା ବ୍ଲକ ପ୍ରଶାସନ ର ରାସ୍ତା ନିର୍ମାଣ ପାଇଁ ନଜର ପଡୁନାହିଁ। ସରକାର ଗ୍ରାମାଞ୍ଚଳର ଗମନାଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମାଳପଡ଼ ଭଳି ଗାଁ ଏବେ ବି ଅବହେଳିତ ଅବସ୍ଥା ରେ ରହିଅଛି । ସ୍ଥାନୀୟ ଗ୍ରାମବାସୀ ମାନେ ବିଭିନ୍ନ ସମୟରେ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଙ୍କୁ ଗୁହାରି କରିଥିଲେବି ଏଯାଏଁ ସୁଫଳ ମିଲି ପାରିନାହିଁ ବୋଲି ମାଳପଡା ଗ୍ରାମବାସୀ ମାନେ ଅଭିଯୋଗ କହିଛନ୍ତି l

