Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ମାଟ୍ରିକ ବ୍ଲକ ଟପ୍ପର ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା।

କଳାହାଣ୍ଡି,୦୭/୦୫
ଚଳିତ ମାଟ୍ରିକ ବୋର୍ଡ ପରୀକ୍ଷା ରେ ଏ୧ ଗ୍ରେଡ ପାଇଥିବା କୋକସରା ବ୍ଲକ ର ଜବାହର ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କୁ ଗୁରୁବାର ବିଦ୍ୟାଳୟ ରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭା ରେ ସମ୍ବର୍ଦ୍ଧିତ କରାଯାଇଛି।କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଧର୍ମଗଡ ବିଧାୟକ ମୌଷଧି ବାଗ,ସମ୍ମାନିତ ଅତିଥି ଭାବେ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି,କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ,ସଚେତନ ନାଗରିକ କେଶବ ଚନ୍ଦ୍ର ବାଗ,ପ୍ରଧାନ ଶିକ୍ଷକ ମାଝୀଗୁଡା ପ୍ରଦୀପ୍ତ କୁମାର ଦାସ,ଏସଏମଡିସି ସଦସ୍ୟ ତ୍ରିଭୁବନ ନାଏକ ଉପସ୍ଥିତ ରହି ସମ୍ବର୍ଦ୍ଧନା ଉତ୍ସଵ ରେ ଏ୧ ଜବାହର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଆଦ୍ୟାସ୍ମିତା ବିଶି, ଦିବ୍ୟଶ୍ରୀ ପ୍ରଧାନୀ,ଛାତ୍ର ନରୋତ୍ତମ ବାଗ ଙ୍କ ଉତ୍ତମ ପ୍ରଦର୍ଶନ ନେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ର କାମନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଙ୍କ ଅଭିଭାବକ ସହ ବିଦ୍ୟାଳୟ ର ମାଟ୍ରିକ ପାସ ଛାତ୍ରଛାତ୍ରୀ, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଅଭିଭାବକ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ