ବାଲିଅନ୍ତାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି
ଭୁବନେଶ୍ୱର, ୮ | ୫ : ବାଲିଅନ୍ତାରେ ପହଞ୍ଚିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ଗତକାଲି ଜଣେ ଯୁବକଙ୍କୁ ବାନ୍ଧି ପିଟି ପିଟି ହତ୍ୟା କରାଯାଇଥିବା ଘଟଣା ସ୍ଥଳ ପରିଦର୍ଶନ ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଯୁବକଙ୍କୁ ମାଡ କରି ଗୁରୁତର କରିଥିଲେ ସ୍ଥାନୀୟଲୋକେ। ଏହାପରେ ପୁଲିସ ଉଦ୍ଧାର କରି ମେଡିକାଲ ନେବା ବାଟରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ତେବେ ପ୍ରାଥମିକ ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା। ସେ ଆହୁରି ମଧ୍ୟ କହିଛନ୍ତି ଏହି ଘଟଣାରେ ସାକ୍ଷ୍ୟ,ପ୍ରମାଣ ଓ ତଥ୍ୟ ଆଧାରରେ ତଦନ୍ତ ପରେ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ଏହି ଘଟଣାରେ ସାମିଲ ଥିବା କୌଣସି ଦୋଷୀଙ୍କୁ ମଧ୍ୟ ଛଡାଯିବନି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ସମ୍ପୃକ୍ତ ପୀଡିତାଙ୍କ ଘରେ ପହଞ୍ଚି ବୟାନ ନେଇଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା। ମୃତ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ଘରକୁ ମଧ୍ୟ ଅଧ୍ୟକ୍ଷା ଓ ଟିମ୍ ଯିବେ ବୋଲି ସୂଚନା ରହିଛି |

