Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗିଥିଲେ; ପରେ ଜେଲରଙ୍କୁ ବିବାହ କଲେ!

ମଧ୍ୟପ୍ରଦେଶ, ୮ | ୫ : ମଧ୍ୟପ୍ରଦେଶର ସତନା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗିସାରିଥିବା ଏକ କଏଦୀଙ୍କୁ ଜେଲ୍‌ ଦାୟିତ୍ବରେ ଥିବା ଜଣେ ମହିଳା ଜେଲର ବିବାହ କରିଛନ୍ତି | ଏବେ ଏହି ଘଟଣା ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି।

ଉଲ୍ଲେଖଯୋଗ୍ୟ , ଜଣେ କାଉନସିଲରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଧର୍ମେନ୍ଦ୍ର ସିଂହ ନାମକ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଥିଲା । ତାଙ୍କୁ ମଧ୍ୟପ୍ରଦେଶର ସତନା ଜେଲରେ ରଖାଯାଇଥିଲା। ଆଉ ସେହି ସମୟରେ ଫିରୋଜା ଖାତୁନ ନାମ୍ନୀ ମହିଳା ଉକ୍ତ ଜେଲ୍‌ରେ ସହକାରୀ ସୁପରିନଟେଣ୍ଡେଣ୍ଟ ଭାବେ ଦାୟିତ୍ୱରେ ରହିଥିଲେ। ଧର୍ମେନ୍ଦ୍ରଙ୍କୁ ୱାରେଣ୍ଟ ଇନ୍‌ଚାର୍ଜ ଦାୟିତ୍ବ ଦିଆଯାଇଥିଲା। ତେଣୁ ୱାରେଣ୍ଟ ସମ୍ପର୍କିତ କାର୍ଯ୍ୟରେ ଧର୍ମେନ୍ଦ୍ର ଜେଲ୍‌ ଅଧିକାରୀ ଫିରୋଜାଙ୍କୁ ସାହାଯ୍ୟ କରୁଥିଲେ। ପ୍ରଥମେ ସେମାନଙ୍କ ମଧ୍ୟରେ ପେସାଦାର ସମ୍ପର୍କ ରହିଥିଲା। ସମୟ କ୍ରମେ ଦୁହିଁଙ୍କ ଭିତରେ ବନ୍ଧୁତା ଏବଂ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ୧୪ ବର୍ଷ ଜେଲଦଣ୍ଡ ଭୋଗିବା ପରେ ୨୦୨୧ରେ ଧର୍ମେନ୍ଦ୍ରଙ୍କୁ ଉତ୍ତମ ଆଚରଣ ଯୋଗୁଁ ଜେଲରୁ ଖଲାସ କରାଯାଇଥିଲା। ତେବେ ଧର୍ମେନ୍ଦ୍ର ମୁକୁଳିବା ପରେ ବିବାହ ପାଇଁ ସେମାନେ ରାଜି ହୋଇଥିଲେ। ଏହାପରେ ମେ୫ରେ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଦୁହିଁକୁ ବିବାହ ସମ୍ପନ୍ନ ହୋଇଛି ।

ତେବେ ଧର୍ମେନ୍ଦ୍ର ହିନ୍ଦୁ ହୋଇଥିବାରୁ ଫିରୋଜାଙ୍କ ପରିବାର ବିବାହରେ ଅମଙ୍ଗ ହୋଇଥିଲେ | ବିବାହ ଉତ୍ସବରେ ମଧ୍ୟ ସାମିଲ ହୋଇ ନଥିଲେ | ଯାହା ଫଳରେ ବିଶ୍ବ ହିନ୍ଦୁ ପରିଷଦର ଜିଲା ଉପସଭାପତି ରାଜବାହଦୂର ମିଶ୍ର ଓ ତାଙ୍କ ପତ୍ନୀ ବିବାହ କାର୍ଯ୍ୟ ତୁଲାଇଥିଲେ | ରାଜବାହାଦୂର କନ୍ୟାଦାନ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଉତ୍ସବରେ ବିଶ୍ବ ହିନ୍ଦୁ ପରିଷଦ ସଂଗଠନ ଏବଂ ବଜରଙ୍ଗ ଦଳର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ