Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିର ପ୍ରଥମ ବଙ୍ଗଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ, ୮|୫ : ପଶ୍ଚିମବଙ୍ଗ ନିର୍ବାଚନରେ ଅପୂର୍ବ ସଫଳତା ହାସଲ କରିବା ପରେ ପ୍ରଥମଥର ବିଜେପି ସରକାର ଗଠନ କରିବାକୁ ଯାଉଛି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ଉଭୟରେ ବିଜୟୀ ହୋଇଛନ୍ତି। ସେ ଭବାନୀପୁରରେ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଏବଂ ନନ୍ଦୀଗ୍ରାମରେ ପବିତ୍ର କରଙ୍କୁ ପରାସ୍ତ କରିଛନ୍ତି । ଏହାପରେ ବଙ୍ଗଳାର ନୂଆ ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ଶୁଭେନ୍ଦୁଙ୍କ ନାଁ ସବୁଠାରୁ ଆଗରେ ରହିଥିଲା । ବର୍ତ୍ତମାନ ସବୁ କଳ୍ପନା ଜଳ୍ପନାର ଅନ୍ତ ହୋଇଛି | ବଙ୍ଗଳାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀଙ୍କ ନାମ ଘୋଷଣା ହୋଇଛି | କୋଲକାତାରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଧିବଦ୍ଧ ଭାବେ ନାମ ଘୋଷଣା କରିଛନ୍ତି | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୁଲ ତୋଡ଼ା ଦେଇ ଶୁଭେନ୍ଦୁ ଅଧିକାରୀଙ୍କୁ ସମ୍ୱର୍ଦ୍ଧନା ଜଣାଇଛନ୍ତି | କାଲି ଅର୍ଥାତ ଚଳିତ ସପ୍ତାହ ଶନିବାର ସେ ମୁଖମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ ।

ସୂଚନାଯୋଗ୍ୟ, ଶୁଭେନ୍ଦୁ ଅଧିକାରୀ ନନ୍ଦୀଗ୍ରାମ ଆସନରେ ଟିଏମ୍‌ସି ପ୍ରାର୍ଥୀ ପବିତ୍ର କରଙ୍କୁ ୯୦୦୦ରୁ ଅଧିକ ଭୋଟ୍‌ ବ୍ୟବଧାନରେ ହରାଇଥିଲେ । ଶୁଭେନ୍ଦୁ ୧୨୭୩୦୧ ଖଣ୍ଡ ଭୋଟ ପାଇଥିଲେ, ଯେତେବେଳେ ପବିତ୍ର ୧୧୭୬୩୬ ଖଣ୍ଡ ଭୋଟ୍‌ ପାଇଥିଲେ। ଏହାସହ ଶୁଭେନ୍ଦୁ ୧୫,୦୦୦ରୁ ଅଧିକ ଭୋଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି। ଏହା ଦ୍ୱିତୀୟ ଥର ପାଇଁ ମମତା ଶୁଭେନ୍ଦୁଙ୍କଠାରୁ ପରାସ୍ତ ହୋଇଛନ୍ତି।ତେବେ ଟିଏମ୍‌ସିର ଗଡ଼ ଭାଙ୍ଗି ପ୍ରଥମଥର ପାଇଁ ଏବେ କ୍ଷମତାକୁ ଆସଛି ବିଜେପି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ