Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନନ୍ଦିଗ୍ରାମ ନା ଭବାନୀପୁର, କେଉଁ ଆସନ ଛାଡ଼ିବେ ଶୁଭେନ୍ଦୁ? ଆରମ୍ଭ ହୋଇଛି ଚର୍ଚ୍ଚା

ପଶ୍ଚିମବଙ୍ଗ , ୮| ୫: ସବୁ ଆଲୋଚନାର ପୂର୍ଣ୍ଣଛେଦ ପଡିଛି | ବିଧିବଦ୍ଧ ଭାବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି | ଶୁଭେନ୍ଦୁ ଅଧିକାରୀ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ | ଏଥର ଦୁଇଟି ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି ଶୁଭେନ୍ଦୁ | ତେଣୁ କେଉଁ ଆସନକୁ ଛାଡ଼ିବେ ଆଉ କେଉଁ ଆସନକୁ ରଖିବେ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା| ତେବେ ନନ୍ଦିଗ୍ରାମ ଆସନ ରାଜ୍ୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ଆସନ ମଧ୍ୟରୁ ଗୋଟିଏ | ନନ୍ଦୀଗ୍ରାମକୁ ପଶ୍ଚିମବଙ୍ଗ ରାଜନୀତିରେ ଏକ କେନ୍ଦ୍ରବିନ୍ଦୁ ଭାବରେ ବିବେଚନା କରାଯାଏ। ଏହି ଆସନରେ ଜନତାଙ୍କ ଭୋଟ ରାଜ୍ୟର ଦିଗ ନିର୍ଣ୍ଣୟ କରେ ବୋଲି ଶୁଣାଯାଏ | ଏହି ଆସନରୁ ନିର୍ବାଚନ ଲଢ଼ି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କିନ୍ତୁ ଏଥର ଏହି ଆସନରେ ମମତାଙ୍କ ବଦଳରେ ପବିତ୍ର କର ପ୍ରାର୍ଥୀ ହୋଇଥିବାବେଳେ ଶୁଭେନ୍ଦୁ ତାଙ୍କୁ ୯ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ଏହାପୂର୍ବରୁ ୨୦୨୧ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରେ ପରାସ୍ତ ହୋଇଥିଲେ। ମମତା ୨୦୦୦ରୁ କମ୍‌ ଭୋଟରେ ପରାସ୍ତ ହୋଇଥିଲେ।

ଅନ୍ୟପଟେ, ଚଳିତ ବିଧାନସଭା ନିର୍ବାଚନରେ ଭବାନୀପୁରରେ ଶୁଭେନ୍ଦୁ ୧୫,୦୦୦ରୁ ଅଧିକ ଭୋଟରେ ମମତାଙ୍କୁ ପରାସ୍ତ କରିଛନ୍ତି। ଏହା ଦ୍ୱିତୀୟ ଥର ପାଇଁ ମମତା ଶୁଭେନ୍ଦୁଙ୍କଠାରୁ ପରାସ୍ତ ହୋଇଛନ୍ତି। ୨୦୧୧ ନିର୍ବାଚନରେ ମମତା ନନ୍ଦିଗ୍ରାମରୁ ହାରିବା ପରେ ଭବାନୀପୁରରୁ ଉପନିର୍ବାଚନରେ ଜିତିଥିଲେ । ମାତ୍ର ଏଥର ଏହି ଆସନରୁ ହାରିଥିବାବେଳେ ଶୁଭେନ୍ଦୁ ଜିତିଛନ୍ତି । ତେଣୁ ସେ ଏହି ଆସନକୁ ଛାଡ଼ିବେ ନା ୯ ହଜାର ଭୋଟରେ ଜିତିଥିବା ନନ୍ଦିଗ୍ରାମ ଆସନକୁ ଛାଡ଼ିବେ ସେନେଇ ଜୋର ଧରିଛି ଚର୍ଚ୍ଚା ।

ଆଲୋଚନା ହେଉଛିକିଯେ, ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନକୁ ଛାଡି ଭବାନୀପୁରର ଆସନକୁ ରଖି ପାରନ୍ତି | କାରଣ ଶୁଭେନ୍ଦୁ ଏଠାରେ ଟିଏମସିର ଗଡକୁ ଦୁର୍ବଳ କରିଛନ୍ତି ଅର୍ଥାତ ଏହି ଆସନରୁ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇଛନ୍ତି | ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୧୫ ,୦୦୦ରୁ ଅଧିକ ବ୍ୟବଧାନ ଭୋଟରେ ହରାଇଛନ୍ତି ଶୁଭେନ୍ଦୁ | ଏନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ନାହିଁ | ଏବେ କେବଳ ବିଧିବଦ୍ଧ ଭାବେ ଶୁଭେନ୍ଦୁ ଅଧିକାରୀଙ୍କ ନାମ ବଙ୍ଗଳାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ନାମ ଘୋଷଣା କରାଯାଇଛି | ଆସନ୍ତାକାଲି ରହିଛି ଶପଥ ଗ୍ରହଣ ଉତ୍ସବ | ତେବେ କେଉଁ ଆସନକୁ ଶୁଭେନ୍ଦୁ ରଖିବେ ଏବଂ କେଉଁ ଆସନକୁ ଛାଡ଼ିବେ ତାହା ତାହା ଶୁଭେନ୍ଦୁ ଅଧିକାରୀଙ୍କ ସ୍ପଷ୍ଟତା ପରେ ହିଁ ଜଣାପଡିବ|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ