Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରବିଧାନ ପଞ୍ଜିକରଣ ଦାବି ରେ କୋକସରା ଠାରେ ୧୦ ଘଣ୍ଟା ଅଖଚକ ବନ୍ଦ, ରଣ ହୁଙ୍କାର ଦେଲେ ଚାଷି ସଂଗଠନ।

କଳାହାଣ୍ଡି,୦୮/୦୫
ଶେଷରେ ଚାଷି ଙ୍କ ପୁଞ୍ଜିଭୁତ ଅସନ୍ତୋଷ ଆନ୍ଦୋଳନ ରେ ପରିବର୍ତ୍ତିତ ହୋଇଛି। ରାଜ୍ୟ ସରକାର ଙ୍କ ନିକଟରେ ଦାବି ଜଣାଇ ଜଣାଇ ଶେଷ ରେ ନିରାଶ ହେବାରୁ ଶୁକ୍ରବାର ଇନ୍ଦ୍ରାବତୀ ମେଗାଲିଫ୍ଟ ଅଞ୍ଚଳ କୃଷକ ସଙ୍ଘ ଜୟପାଟଣା, କୋକସରା, ଧର୍ମଗଡ ଓ ଜୁନାଗଡ଼ ବ୍ଲକ ର ହଜାର ହଜାର ଚାଷୀ ଆଜି କୋକସରା ଥାନା ସମ୍ମୁଖରେ ୧୦ ଘଣ୍ଟା ଧରି ଜାତୀୟ ରାଜପଥ ୨୬ ଅବରୋଧ କରିବା ସହ ରାଜ୍ୟ ସରକାର ଙ୍କ ଚାଷି ମାରଣା ନୀତି ଉପରେ ବର୍ଷିବା ସହ କୋକସରା ସହର ର ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ଦୋକାନ ବଜାର କୁ ଠପ କରି ଦେଇଥିଲେ। ଏହାସହ ପିକେଟିଂ କରି ଚାଷୀମାନେ ସମସ୍ତ କାର୍ଯ୍ୟାଳୟ କୁ ଅଚଳ କରି ଦେଇଥିଲେ।
କୋକସରା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟ ସରକାରଙ୍କୁ ମେଗାଲିଫ୍ଟ ୧୫ ହଜାର ଚାଷି ଙ୍କ ଦୁର୍ଦ୍ଦଶା କୁ କାହିଁକି ରାଜ୍ୟ ସରକାରଙ୍କ ଆଖି ଦେଖିପାରୁନାହିଁ ବୋଳି ଚାଷି ମାନେ ପ୍ରଶ୍ନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଇନ୍ଦ୍ରାବତୀ ମେଗାଲିଫ୍ଟ କୃଷକ ସଙ୍ଗଠନ ର ସଭାପତି ପୁରୁଷୋତ୍ତମ ଗୁପ୍ତା ଓ ଆବାହକ ରାଜୀବ କୁମାର ଅଗ୍ରୱାଲ ଙ୍କ ନେତୃତ୍ୱରେ ଆନ୍ଦୋଳନ କୁ ସମର୍ଥନ ଜଣାଇ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର,ପୂର୍ବତନ ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବତନ ବିଧାୟକ ଧର୍ମଗଡ ମୌଷଧି ବାଗ,ଡିଫାଇନ କଳାହାଣ୍ଡି ଅଧ୍ୟକ୍ଷ ମଧୁ ମହାନ୍ତି,ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ବିଜେଡି ନେତା ବଦ୍ରୀ ନାରାୟଣ ପଟ୍ଟନାୟକ,ପୂର୍ବତନ ବିଧାୟକ ଜୁନାଗଡ଼ ଗୋବର୍ଦ୍ଧନ ଦାସ, ଧର୍ମଗଡ ବିଜେଡି ବ୍ଲକ ସଭାପତି ଡାକେଶ୍ୱର ଲହଜଳ, ବିଜେଡି ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ନାଏକ, ପଞ୍ଚକ ପୋଢ଼, ଯୁବନେତା ତ୍ରିଭୁବନ ନାଏକ,ପଙ୍କଜମୁଖ ଚୌଧୁରୀ,ପ୍ରଶାନ୍ତ ତିୱାରୀ ସମେତ ଚାଷୀନେତା ମାନେ ମଞ୍ଚ ରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ଲୋକଙ୍କ ସରକାର କହୁଥିବା ବିଜେପି ସରକାର ଆଜି ଚାଷି ଙ୍କ ନ୍ୟାର୍ଯ୍ୟ ହକ ଦେବାରେ ଫେଲ ମାରିଛି, ଆଗକୁ ଚାଷି ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ ବୋଳି କହିଛନ୍ତି। ରାସ୍ତା ଅବରୋଧ ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟାତ ଠପ ରହିଥିଲା।ଘଟଣାସ୍ଥଳ ରେ ସ୍ଥିତି ଅନୁଧ୍ୟାନ ପାଇଁ କୋକସରା ତହସିଲଦାର ଅମିତ କୁମାର ବେହେରା, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଉପସ୍ଥିତ ଥିବା ବେଳେ କୋକସରା ଥାନା ଅଧିକାରୀ ସୁଜ୍ଞାନ ବାରିକ ଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ ହୋଇଥିଲା। ବିକ୍ଷୋଭ ସଭା ମଞ୍ଚ ସଂଯୋଜନା ବରିଷ୍ଠ ନେତା ଦିଗାମ୍ବର ଦୁରିଆ ପରିଚାଳନା କରିଥିବା ବେଳେ ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକ ଅଞ୍ଚଳ ର ହଜାର ହଜାର ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଚାଷି ସଂଗଠନ ପକ୍ଷରୁ ଆସନ୍ତା କାଲି ଠାରୁ ପର୍ଯ୍ୟାୟକ୍ରମେ ଆନ୍ଦୋଳନ ଜାରି ରହିବା ସହ ପ୍ରତିଦିନ ୨ ଗୋଟି ପଞ୍ଚାୟତ ର ଚାଷି ଙ୍କ ପକ୍ଷରୁ ରାସ୍ତା ଅବରୋଧ ନକରି ବ୍ଲକ ସଦର ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିତାତ୍ମକ ଧାରଣା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଦିନ ୪ ଘଣ୍ଟା ସମୟରେ ରାସ୍ତା ଅବରୋଧ କୁ ଚାଷି ସଂଗଠନ ପକ୍ଷରୁ ସ୍ବେଚ୍ଛାକୃତ ଭାବେ ବିରତି ଦିଆଯିବା ପରେ ଜାତୀୟ ରାଜପଥ ରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ତେବେ ଚାଷି ଙ୍କ ଏହି ଆନ୍ଦୋଳନ କୁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜ୍ୟ ସରକାର ଙ୍କ ପକ୍ଷରୁ କୌଣସି ପ୍ରତିନିଧି ଆସି କୌଣସି ପ୍ରତିଶ୍ରୁତି ଦେଇନଥିବା ଚାଷି ଙ୍କ ମଧ୍ୟରେ ନିରାଶା ଭାବ ଦେଖିବାକୁ ମିଳିଥିବା ବେଳେ ରାଜ୍ୟ ସରକାରଙ୍କ ଚାଷି ମାରଣା ନୀତି ବିପକ୍ଷରେ ଆନ୍ଦୋଳନ ଆଗାମୀ ଦିନରେ ତୀବ୍ର ରୂପ ନେବ ବୋଳି ଚାଷି ସଂଘଠନ ପକ୍ଷରୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ