Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ! ବଙ୍ଗରେ ପ୍ରଥମ ଥର ପାଇଁ ବିଜେପି ସରକାର; ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ନେଲେ ଶପଥ

ପଶ୍ଚିମବଙ୍ଗ, ୯ | ୫ : ପଶ୍ଚିମବଙ୍ଗ ରାଜନୀତି ଏବେ ଐତିହାସିକ ମୋଡ଼ ନେଇଛି | ପ୍ରଥମ ଥର ପାଇବ ବିଜେପି କ୍ଷମତାକୁ ଆସି ସରକାର ଗଠନ କରିଛି | ଶୁଭେନ୍ଦୁ ଅଧିକାରୀଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ସହିତ ବଙ୍ଗରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ପନ୍ଦର ବର୍ଷର ଶକ୍ତିଶାଳୀ ଦଳ ଧରାଶାୟୀ ହୋଇଥିବାବେଳେ ଅନ୍ୟପଟେ ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ କ୍ଷମତାସୀନ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ କୋଲକାତାର ବ୍ରିଗେଡ ପରେଡ ଷ୍ଟାଡିୟମରେ ବିଶାଳ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପ୍ରବଳ ସମର୍ଥକଙ୍କ ଭିଡ ଜମିଥିଲା | ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ବିଜେପି ବ୍ୟାପକ ପ୍ରସ୍ତୁତି କରିଥିଲା। ସମର୍ଥକଙ୍କ ବିପୁଳ ସମାଗମକୁ ଧ୍ୟାନରେ ରଖି ପରିସରରେ ୫୦,୦୦୦ରୁ ଅଧିକ ଚେୟାର ବ୍ୟବସ୍ଥା କରାଯାଇଥିଲା। ସମର୍ଥକମାନଙ୍କ ଅନୁସାରେ, ଏହା କେବଳ ଏକ ସାଧାରଣ ଶପଥ ଗ୍ରହଣ ଉତ୍ସବ ନୁହେଁ, ବରଂ ପନ୍ଦର ବର୍ଷ ପୁରୁଣା ତୃଣମୂଳ କଂଗ୍ରେସର ଗଡ଼ର ସମ୍ପୂର୍ଣ୍ଣ ପତନର ଆନୁଷ୍ଠାନିକ ଆରମ୍ଭ।

ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ପ୍ରମୁଖ ନେତାଙ୍କ ଉପସ୍ଥିତି ବିଜେପିର ବିଜୟକୁ ଦ୍ବିଗୁଣିତ କରିଥିଲା | ଏହାସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଐତିହାସିକ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିଥିଲେ । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପେଟ୍ରୋଲିୟମ ମନ୍ତ୍ରୀ ସୁରେଶ ଗୋପୀ ଏବଂ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ବିଭିନ୍ନ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସ୍ୱତନ୍ତ୍ର ଭାବରେ କୋଲକାତାରେ ପହଞ୍ଚିଥିଲେ।

ତେବେ ଶୁଭେନ୍ଦୁ ଅଧିକାରୀଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ପଶ୍ଚିମବଙ୍ଗ ନିର୍ବାଚନକୁ ରାଜନୀତିରେ ଏକ ପ୍ରମୁଖ ଏବଂ ନିର୍ଣ୍ଣାୟକ ମୋଡ଼ ଭାବରେ ଦେଖାଯାଉଛି। ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ ସମୟରେ ସମଗ୍ର ପରେଡ୍ ଗ୍ରାଉଣ୍ଡ ସ୍ଲୋଗାନ ଏବଂ କରତାଳିରେ ପ୍ରକମ୍ପିତ ହୋଇଉଠିଥିଲା। ଏହା ପଶ୍ଚିମବଙ୍ଗରେ ବିଜେପିର କ୍ଷମତାକୁ ଆହୁରି ମଜଭୁତ କରିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories