କୋକସରା ବ୍ଲକ ମାଟ୍ରିକ ଟପ୍ପର ଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲା ପ୍ରଶାସନ।
କଳାହାଣ୍ଡି,୦୯/୦୫
ଚଳିତ ମାଟ୍ରିକ ପରୀକ୍ଷାରେ ଏ୧ (୯୦) ପ୍ରତିଶତ ମାର୍କ ରୁ ଉର୍ଦ୍ଧ୍ବ ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଶନିବାର କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଭବାନୀପାଟଣା ଟାଉନ ହଲ ଠାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ କରାଯାଇଛି। ଏହି କ୍ରମ ରେ କୋକସରା ବ୍ଲକ ର ୬ ଜଣ ଛାତ୍ରଛାତ୍ରୀ ଙ୍କୁ ମଧ୍ୟ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ହେଲେ କୋକସରା ସଦର ଜବାହର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଆଦ୍ୟାସ୍ମିତା ବିଶି, ଦିବ୍ୟଶ୍ରୀ ପ୍ରଧାନୀ, ଛାତ୍ର ନରୋତ୍ତମ ବାଗ , ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଡ଼ହଗାଁ ର ଛାତ୍ରୀ ପ୍ରିୟଙ୍କା ମଶ୍ରା,ଗ୍ରାମ ପଞ୍ଚାୟତ ହାଇସ୍କୁଲ ରେଙ୍ଗାଳପାଲି ର ଛାତ୍ରୀ ଲିଲିମଣି ବାଗ ଓ ଶୋଭାଗ୍ୟ ନିଆଳ। ଏହି ସମ୍ବର୍ଦ୍ଧନା ସଭା ରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ,କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ଵିଇଓ ମହେଶ କୁମାର ଭାଟି ସମେତ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ଉପସ୍ଥିତ ରହି ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଜଣାଇଥିଲେ।

