Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୟ ଥାଲାପାଥୀ ଙ୍କ ଭାଷଣ ଫିଲ୍ମ ଷ୍ଟାଇଲରେ,ମୁଖ୍ୟମନ୍ତ୍ରୀ ଶପଥ ନେଲେ

ତାମିଲନାଡୁ,୧୦।୫: ତାମିଲନାଡୁରେ ବିଜୟ ଥାଲାପାଥିଙ୍କ ଐତିହାସିକ ବିଜୟ। ଚେନ୍ନାଇର ନେହରୁ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ଥାଲାପତି ବିଜୟ ଶପଥ ଗ୍ରହଣ କରିଛନ୍ତି । ୧୯୬୭ ମସିହା ପରେ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଭାବେ ନେଇଛନ୍ତି ଶପଥ ।
ଶପଥ ଉତ୍ସବରେ ବିଜୟ ନିଜର ଦମଦାର ଭାଷଣରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ସେ ତାମିଲନାଡ଼ୁ ଜନତାଙ୍କୁ ନିଜର କୃତଜ୍ଞତା ଜଣାଇ ଭାଷଣ ଆରମ୍ଭ କରିଛନ୍ତି। ସେ ନିଜକୁ ଅତି ସାଧାରଣ ଭାବେ ବର୍ଣ୍ଣନା କରି କହିଛନ୍ତିଯେ, ମୁଁ ଆପଣମାନଙ୍କ ଭଳି ଏକ ସାଧାରଣ ଲୋକ, ମୁଁ ଆପଣମାନଙ୍କର ଭାଇ ଏବଂ ପୁଅ ଭଳି ନିଜକୁ ଭାବେ ଆପଣମାନେ ବି ସେମିତି ଭାବୁଛନ୍ତି । ତେଣୁ ଆପଣମାନେ ମୋତେ ନେତା ହିସାବରେ ମନୋନୀତ କଲେ ତେଣୁ ମୁଁ ଆପଣମାନଙ୍କୁ କୃତଜ୍ଞତା ଜଣାଉଛି । ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବାକୁ ହଜାର ହଜାର ଲୋକଙ୍କର ନେହରୁ ଷ୍ଟାଡିୟମରେ ସମାଗମ ହୋଇଥିଲା। ଲୋକେ ବିଜୟଙ୍କୁ ଭାଷଣରେ କରତାଳି ଦେଇ ନିଜର ସମର୍ଥନ ଜଣାଇଥିଲେ।
ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ବିଜୟ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଘରୋଇ ଗ୍ରାହକଙ୍କ ପାଇଁ ୨୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଯୋଜନା ପାଇଁ ଫାଇଲ ସ୍ବାକ୍ଷର କରିଛନ୍ତି। ସେ ମହିଳାମାନଙ୍କୁ ସୁରକ୍ଷା ଦେବା ଏବଂ ନିଶାଦ୍ରବ୍ୟ ଅପବ୍ୟବହାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ସେ ଆହୁରି କହିଛନ୍ତି, ପୂର୍ବ ସରକାର ୧୦ ଲକ୍ଷ କୋଟିର ଋଣ ଚ୍ଛାଡ଼ି ଯାଇଛନ୍ତି । ଏହି ଋଣ ଉପରେ ଏକ ଶ୍ୱେତପତ୍ର ପ୍ରକାଶ କରାଯିବ, ଯେଉଁଥିରେ ସମ୍ପୂର୍ଣ୍ଣ ଆର୍ଥିକ ସ୍ଥିତି ପ୍ରକାଶ କରାଯିବ। ବର୍ତ୍ତମାନ ପାଇଁ ଏହା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ କିନ୍ତୁ ଏ ସମସ୍ୟାକୁ ଆମେ ଦୃଢ଼ତାର ସହ ସାମ୍ନା କରିବା ଆପଣମାନଙ୍କର ସମର୍ଥନ ଆଉ ସହଯୋଗରେ ଏ ସମସ୍ୟାର ସମାଧାନ ହେବ। ମୋତେ କେବଳ କିଛି ସମୟ ଦିୟନ୍ତୁ, ମୁଁ ଆପଣମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ନିଶ୍ଚୟ ପାଳନ କରିବ । ଏ ସରକାର ହେଉଛି ତାମିଲନାଡ଼ୁ ଜନତାଙ୍କ ସରକାର । ଏହି ସରକାରରେ କୌଣସି ପ୍ରକାରର ଦୁର୍ନୀତି ହେବ ନାହିଁ କି ଦୁର୍ନୀତି କରିବା ଲୋକଙ୍କୁ ବରଦାସ୍ତ କରାଯିବ ନାହିଁ ।
ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ସରକାର କେବଳ ଲୋକଙ୍କ ପାଇଁ କାମ କରିବ। ଯିଏ ସଚ୍ଚୋଟତା ଏବଂ ରାଜ୍ୟ ପାଇଁ ପରିଶ୍ରମ କରିବ ସେମାନଙ୍କୁ ଆମ ସରକାର ସ୍ୱାଗତ କରିବ ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories