ତାମିଲନାଡୁ ଉପ ନିର୍ବାଚନ ଲଢ଼ି ପାରନ୍ତି ଥାଲାପଥି ବିଜୟଙ୍କ ପ୍ରେମିକା ତ୍ରିଶା !
ତାମିଲନାଡୁ, ୧୦।୫: ତାମିଲନାଡୁ ରାଜନୀତିରେ ଐତିହାସିକ ପରିବର୍ତ୍ତନ । ବିଜୟ ଥାଲାପାଥିଙ୍କ ଶପଥ ସହିତ ତାମିଲନାଡ଼ୁରେ ଆରମ୍ଭ ହୋଇଛି ନୂଆ ସରକାର। ଚେନ୍ନାଇର ନେହରୁ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ଥାଲାପତି ବିଜୟ ଶପଥ ଗ୍ରହଣ କରିଛନ୍ତି। ଏହି ଉତ୍ସବରେ ତାଙ୍କ ସମ୍ପୂର୍ଣ୍ଣ ପରିବାର ଯୋଗ ଦେଇଥିଲେ। ଏହା ସହିତ, ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ତ୍ରିଶା ବେଶ୍ ଖୁସି ଥିବାର ଦେଖିବାକୁ ମିଳିଥିଲା। ପାରମ୍ପରିକ ଲୁକ୍ ରେ ନଜର ଆସିଥିଲେ ତ୍ରିଶା। ତାଙ୍କୁ ଲୁକ୍ କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନୀଳ ରଙ୍ଗର ସିଲ୍କ ଶାଢ଼ୀ ସହ କ୍ରିମ୍ ରଙ୍ଗର ବ୍ଲାଉଜ୍ , ହୀରା ଏବଂ ରୁବିରେ ନିର୍ମିତ ହାର ଏବଂ ମ୍ୟାଚିଂ କାନଫୁଲ ସହ ମଥାରେ ବିନ୍ଦି ଏବଂ ଗଭାରେ ଗଜରା ଲଗାଇ ଶପଥ ଉତ୍ସବରେ ପହଞ୍ଚିଥିଲେ ତ୍ରିଶା ।
ତ୍ରିଶାଙ୍କ ଉତ୍ସବରେ ପହଞ୍ଚିବା ଆଉ ଏକ ନୂଆ ଚର୍ଚ୍ଚାକୁ ଆରମ୍ଭ କରିଛି। ଆଲୋଚନା ହେଉଛି କିଯେ, ଆଗକୁ ହେବାକୁ ଥିବା ଉପ ନିର୍ବାଚନ ପାଇଁ ତ୍ରିଶା ପ୍ରାର୍ଥୀ ଭାବେ ଛିଡ଼ା ହୋଇ ପାରନ୍ତି। କାରଣ ବିଜୟ ପେରାମ୍ବୁର ଓ ତ୍ରିଚି ଇଷ୍ଟ ୨ଟି ଆସନରେ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ତେଣୁ ଗୋଟିଏ ଆସନ ରଖିଲେ ତାଙ୍କୁ ଅନ୍ୟଟି ଛାଡିବାକୁ ପଡ଼ିବ। ଏହାପରେ ଉକ୍ତ ଆସନ ପାଇଁ ଉପ ନିର୍ବାଚନ ହେବ। ତେବେ ଉପ ନିର୍ବାଚନରେ ବିଜୟଙ୍କ ପ୍ରେମିକା ତଥା ଅଭିନେତ୍ରୀ ତ୍ରିସା କ୍ରିଷ୍ଣନ ଉକ୍ତ ଆସନରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଆଲୋଚନା ହେଉଛି । ତେବେ ଏନେଇ ତ୍ରିଶାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ। ଏବେ ସେ ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇ ବିଜୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ତେବେ ଫିଲ୍ମ ପରଦାରେ ବିଜୟ ଏବଂ ତ୍ରିଷାଙ୍କ ଯୋଡ଼ି ସୁପରହିଟ୍ । ଦୁହେଁ ପରଷ୍ପରର ଭଲ ବନ୍ଧୁ ଅଟନ୍ତି । ‘ଗିଲ୍ଲୀ’, ‘କୁରୁଭି’ ଏବଂ ନିକଟରେ ମୁକ୍ତିଲାଭ କରିଥିବା ‘ଲିଓ’ ଭଳି ଚଳଚ୍ଚିତ୍ରରେ ସେମାନଙ୍କର ଅନସ୍କ୍ରିନ୍ କେମିଷ୍ଟ୍ରିକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ଆଜି ନିଜ ପ୍ରିୟ ବନ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ପଦବିରେ ଦେଖି ତ୍ରିଷାଙ୍କ ସହ ତାଙ୍କ ପ୍ରଶଂସକ ମଧ୍ୟ ବେଶ୍ ଖୁସି ଅଛନ୍ତି । ତେବେ ଥାଲାପତି ବିଜୟଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ତାମିଲନାଡୁରେ ରାଜନୀତିରେ ଏକ ନୂତନ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । ଏହି ଶପଥ ଗ୍ରହଣ ଉତ୍ସବରେ ତ୍ରିଷାଙ୍କ ଉପସ୍ଥିତି ଆହୁରି ସ୍ମରଣୀୟ କରିଦେଇଛି ।

