Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଗାଲିଫ୍ଟ ଚାଷି ଙ୍କ ଆନ୍ଦୋଳନ କୁ ସମର୍ଥନ ଜଣାଇଲେ ତାରା ବାହିନୀପତି ଓ ପ୍ରଦୀପ ମାଝୀ, ୧୯ ରେ ଜିଲ୍ଲାପାଳ ଅଫିସ ଘେରାଉ ଚେତାବନୀ।

କୋକସରା,୧୧/୦୫
ରବି ଚାଷ ଅମଳ ହେବାକୁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ରାଜ୍ୟ ସରକାର ମେଗାଲିଫ୍ଟ ଅଞ୍ଚଳ ର ୪ ବ୍ଲକ ର ଚାଷି ଙ୍କ ୧୮,୮୮୫ ହେକ୍ଟର ଚାଷ ପଞ୍ଜିକୃତ ନହୋଇ ରହିଛି। ଚାଷୀକୁଳ ଙ୍କ ଦୁର୍ଦ୍ଦଶା, ଧାନବିକ୍ରି ପାଇଁ ରହିଥିବା ପି ପାସ ପଞ୍ଜିକରଣ ପୋର୍ଟାଲ ଖୋଲି ରବି ଚାଷି ଙ୍କ ପାଇଁ ପଞ୍ଜିକରଣ ପାଇଁ ଦୀର୍ଘଦିନ ଧରି ଚାଷି ସଙ୍ଗଠନ,ବିଧାୟକ ମାନେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦେଇଛନ୍ତି।ଏହାସତ୍ତ୍ୱେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି।ଯାହାକୁ ନେଇ କୋକସରା ଠାରେ କ୍ରମାଗତ ଭାବେ ଚାଷି ଙ୍କ ଆନ୍ଦୋଳନ ଗତ ୫ ଦିନ ହେବ ଜାରି ରହିଛି ।
ସୋମବାର ଚତୁର୍ଥ ଦିନରେ ଆନ୍ଦୋଳନ ରେ କୃଷକ ମଞ୍ଚ ର ସଭାପତି ପୁରୁଷୋତ୍ତମ ଗୁପ୍ତା ଓ ଆବାହକ ରାଜୀବ ଅଗ୍ରୱାଲ ଙ୍କ ନେତୃତ୍ୱରେ ଜାରି ରହିଥିବା ଆନ୍ଦୋଳନ ଧାରଣା ରେ ଧର୍ମଗଡ ବ୍ଲକ ବାଙ୍କିମୁଣ୍ଡା ଓ କୋକସରା ବ୍ଲକ ର ଡାଲଗୁମା ଓ ମୂଷାପାଲି ପଞ୍ଚାୟତ ଶତାଧିକ ଚାଷି, ଜନ ପ୍ରତିନିଧି ଥାନା ସମ୍ମୁଖରେ ଥିବା ଜାତୀୟ ରାଜପଥ କଡ଼ ରେ ବସି ଧାରଣା ଦେଇଛନ୍ତି।ଚାଷି ଆନ୍ଦୋଳନ କୁ ସମର୍ଥନ ଜଣାଇ ପୂର୍ବତନ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ,ଜୟପୁର ବିଧାୟକ ତାରା ବାହିନୀପତି,ପୂର୍ବତନ ସାଂସଦ ନବରଙ୍ଗପୁର ପ୍ରଦୀପ ମାଝୀ,ବିଜେଡି ନେତା ପ୍ରଦୀପ ମୁଣ୍ଡ ଧାରଣା ରେ ସାମିଲ ହୋଇ ଚାଷି ଙ୍କ ଦାବି ଶୀଘ୍ର ରାଜ୍ୟ ସରକାର ମାନି ନିଅନ୍ତୁ,ଚାଷି ଙ୍କ ଧର୍ଯ୍ୟ ର ପରୀକ୍ଷା ନିଅନ୍ତୁ ନାହିଁ,ନଚେତ ଦୁର୍ବାର ଆନ୍ଦୋଳନ ହେବ ବୋଳି କଡା ଚେତାବନୀ ଦେଇଛନ୍ତି।।ଆନ୍ଦୋଳନ ଧାରଣା ସ୍ଥଳ ରେ ଡାଲଗୁମା ସରପଞ୍ଚ ଯୋଗୀନ୍ଦ୍ର ପଟ୍ଟନାୟକ,ମୂଷାପାଲି ସରପଞ୍ଚ ଅକ୍ଷୟ କୁମାର ନାଏକ, ଦଣ୍ଡପାଟ ଅଞ୍ଚଳ ର ଯୁବନେତା ପ୍ରଶାନ୍ତ ତିୱାରୀ,ତରାପୁର ଅଞ୍ଚଳ ର ଚାଷୀନେତା ସୁନୀଲ ଚନ୍ଦ୍ର ଦୁରିଆ,ବିଜେଡି ନେତା ଧବଳେଶ୍ବର ନାଗ, ଯୁବନେତା ମାନସ ରଞ୍ଜନ ବାଗ, କଂଗ୍ରେସ ନେତା ନିମାଇଁ ଚରଣ ଧଙ୍ଗଡା ମାଝୀ, ମନୀଜର ପୋଢ଼,ଅମୋଜ କୁମାର ଧରୁଆ, ଲକ୍ଷ୍ମୀ ନାରାୟଣ ପ୍ରଧାନୀ, ଶ୍ରୀନିବାସ ପ୍ରଧାନୀ,ଦୁର୍ଗା ନାଏକ, ତ୍ରିଭୁବନ ନାଏକ, ଦେବେନ୍ଦ୍ର ପଣ୍ଡା,ଅନୁପ ପଣ୍ଡା, ଜୟଲାଲ ନାଏକ,ସୁଶାନ୍ତ ବେହେରା,ରମେଶ ଚନ୍ଦ୍ର ଦୁର୍ଗା, ସମେତ ଶତାଧିକ ଚାଷୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କୁ ପଞ୍ଜିକରଣ ପୋର୍ଟାଲ ପି -ପାସ ଖୋଲି ଚାଷି ଙ୍କ ରବିଧାନ ପଞ୍ଜିକରଣ ପାଇଁ ଦାବି କରିଛନ୍ତି। ଚାଷି ନିଜର ନ୍ୟାର୍ଯ୍ୟ ହକ ପାଇବାକୁ ବାରମ୍ବାର ଆନ୍ଦୋଳନ ଓ ଧାରଣା ସତ୍ତ୍ୱେ ମଧ୍ୟ ସରକାର କିମ୍ବା ପ୍ରଶାସନ ୧୮ ତାରିଖ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ୧୯ ତାରିଖରେ କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ୪ ବ୍ଲକ ର ଚାଷି ଘେରାଉ କରିବା ପାଇଁ ମେଗାଲିଫ୍ଟ କୃଷକ ସଙ୍ଘ ର ଆବାହକ ରାଜୀବ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ