Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୁଭେନ୍ଦୁ କଲେ ବଡ ଘୋଷଣା! ମୁଖ୍ୟମନ୍ତ୍ରୀ ହେବା ପରେ ବୈଠକ ଡାକି ନେଲେ ଏହି ନିଷ୍ପତ୍ତି..

ପଶ୍ଚିମବଙ୍ଗ, ୧୧| ୫ : ଆକ୍ସନ ମୋଡ଼ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ | ଶାସନ କ୍ଷମତାକୁ ଆସିବା ପରେ ନେଇଛନ୍ତି ବଡ ପଦକ୍ଷେପ | ଦୀର୍ଘଦିନ ଧରି ଲାଗି ରହିଥିବା ବାଂଲାଦେଶ ସୀମା ବିବାଦର ସମାଧାନର ଅପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି | ଆଜି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତାଙ୍କର ପ୍ରଥମ କ୍ୟାବିନେଟ ବୈଠକ ଡାକିଥିଲେ । ବୈଠକରେ ବିଏସଏଫକୁ ତାର ବାଡ଼ ପାଇଁ ଜମି ହସ୍ତାନ୍ତର କରିବା ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି | ଏହି ବୈଠକରେ ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ | ଏଥିପାଇଁ ଆଗାମୀ ୪୫ ଦିନ ଭିତରେ ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ୪୫ ଦିନ ଭିତରେ ସମଗ୍ର ଅଞ୍ଚଳ ସୀମା ସୁରକ୍ଷା ବଳ (ବିଏସଏଫ) ଅଧୀନରେ ରହିବ ବୋଲି ସେ କହିଛନ୍ତି। ୮୬୪ କିମି ଦୀର୍ଘ ପଶ୍ଚିମବଙ୍ଗ-ବାଂଲାଦେଶ ସୀମାରେ ଏତାର ତାର ବାଡ଼ ଲାଗିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories