Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏପଟେ ବିଜୟ ସୁନା ବାଣ୍ଟିବାର ପ୍ରତିଶୃତି ଦେଇଥିଲା ବେଳେ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଲେ ସୁନା ନ କିଣିବାକୁ

ତାମିଲନାଡୁ, ୧୨ | ୫ : ନିକଟରେ ବୈଦେଶିକ ମୁଦ୍ରାର ସଞ୍ଚୟ ପାଇଁ ସୁନା, ପେଟ୍ରୋଲ ଓ ବିଦେଶ ଯାତ୍ରା ଆଦି ବାବଦରେ ଖର୍ଚ୍ଚ କମ୍ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଅପିଲ କରିଛନ୍ତି | ସେ କହିଛନ୍ତି ଯେ , ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସମ୍ବଳର ସଞ୍ଚୟ କରିବା ଦେଶ ପାଇଁ ଏକ ବଡ ଦାୟିତ୍ୱ । ନିକଟରେ ଆମେରିକା -ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଭିତରେ ଦେଶର ଆର୍ଥିକ ସୁରକ୍ଷା ଏବଂ ବୈଦେଶିକ ମୁଦ୍ରା ଭଣ୍ଡାର ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶବସୀଙ୍କୁ ଅପିଲ କରିଛନ୍ତି |

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛିକିଯେ, ପ୍ରଧାନମନ୍ତ୍ରୀ ସାରା ଦେଶବାସୀଙ୍କୁ ଆଗାମୀ ବର୍ଷେ ପର୍ଯ୍ୟନ୍ତ ସୁନା ନ କିଣିବାକୁ କରିଥିବା ଅପିଲ ଏବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପାଥି ବିଜୟଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି | କାରଣ ନିର୍ବାଚନ ପୂର୍ବରୁ ବିଜୟ ତାମିଲନାଡୁ ଜନତାଙ୍କୁ ପ୍ରତିଶୃତି ଦେଇଥିଲେ ସୁନା ବାଣ୍ଟିବାର ଅର୍ଥାତ ବିଜୟ ନିର୍ବାଚନରେ ବିଜୟୀ ହେଲେ ବିବାହିତ କରିବାକୁ ଯାଉଥିବା ପ୍ରତି ଯୁବତୀଙ୍କୁ ୮ ଗ୍ରାମ ପର୍ଯ୍ୟନ୍ତ ସୁନା ଏବଂ ନବଜାତ ଶିଶୁଙ୍କୁ ସୁନାର ମୁଦି ଦେବାକୁ ପ୍ରତିଶୃତି ଦେଇଥିଲେ | ଯଦି ଏହି ପ୍ରତିଶୃତି ବିଜୟ ପାଳନ କରନ୍ତି ତେବେ ଏହା ସରକାରଙ୍କ ରାଜସ୍ବ ବିଭାଗ ଉପରେ ୧ ଲକ୍ଷ କୋଟି ଟଙ୍କାର ବୋଝ ପଡିବ | ସେହି କ୍ରମରେ ୫ ବର୍ଷର ହିସାବ କରିବାକୁ ଗଲେ ୪.୫ ଲକ୍ଷ କୋଟି ଟଙ୍କା | ଅନ୍ୟପଟେ ନୂଆ କରି ରାଜ୍ୟର କ୍ଷମତାକୁ ଆସିଥିବା ବିଜୟ ପୂର୍ବ ସରକାର ତାଙ୍କ ଉପରେ ୧୦ ଲକ୍ଷ କୋଟି ଟଙ୍କାର ଋଣର ବୋଝ ଛାଡି ଯାଇଛନ୍ତି ବୋଲି କହିଥିଲେ | ଏହା ତାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ ବୋଲି ସେ କହିଥିଲେ | ତେବେ ଗୋଟିଏ ପଟେ ନିର୍ବାଚନ ପୂର୍ବରୁ ତାମିଲନାଡୁ ଜନତାଙ୍କୁ ଦେଇଥିବା ପ୍ରତିଶୃତି ଅନ୍ୟପଟେ ମୋଦୀଙ୍କ ସୁନା ନ କିଣିବାର ଅପିଲ ଏବେ ବିଜୟଙ୍କ ପାଇଁ ଅଡୁଆ ପରିସ୍ତିଥି ସୃଷ୍ଟି କରିଛି |

ବିଜୟଙ୍କ ପାଇଁ ଏବେ ୧୦ ଲକ୍ଷ କୋଟି ଟଙ୍କାର ଋଣ ଥିବା ବେଳେ ନିଜର ଦେଇଥିବା ପ୍ରତିଶୃତି କଣ ବିଜୟ ପୂରଣ କରିବେ ତାହା ସବୁଠାରୁ ବଡ ପ୍ରଶ୍ନ ଉଠିଛି | ଅନ୍ୟପଟେ ବିରୋଧୀ ଦଳ ଡିଏମକେ ବିଜୟ ନିଜର ଦେଇଥିବା କଥା ପୂରଣ ନକରିବାର ମିଛ ବାହାନା କରୁଥିବାର ଅଭିଯୋଗ ଆଣିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories