ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା
ଆସାମ, ୧୨ | ୫ : ଆଜି ଦ୍ୱିତୀୟ ଥର ପାଇଁ ଆସାମ ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ୱ ଶର୍ମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗୁଆହାଟୀର ଖାନପାରା ଭେଟେନାରୀ କଲେଜ ପଡ଼ିଆରେ ଆୟୋଜିତ ହୋଇଥିବା ବିଶାଳ ସମାରୋହରେ ସେ ଶପଥ ଗ୍ରହଣ କରିଛନ୍ତି।
ଶପଥ ଗ୍ରହଣ ସମୟରେ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବିନଙ୍କ ସମେତ ଏନଡିଏର ବିଭିନ୍ନ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ମଧ୍ୟ କଡାକଡି ହୋଇଥିଲା | ଚଳିତ ଥରକୁ ମିଶାଇ ଆସାମରେ ତୃତୀୟ ଥର ପାଇଁ ଏନଡିଏ ସରକାରକୁ ଆସିଛି।
ଆସାମ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ୱ ଶର୍ମାଙ୍କ ସମେତ ଅନ୍ୟ ଚାରି ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ବିଜେପିର ଅଜନ୍ତା ନିୟୋଗ , ରାମେଶ୍ୱର ତେଲି , ଏଜିପି ମୁଖ୍ୟ ଅତୁଲ ବୋରା ଏବଂ ବିପିଏଫ୍ର ଚରଣ ବୋରୋ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

