ରବିଧାନ ପଞ୍ଜିକରଣ ଦାବି ରେ ଚାଷି ଙ୍କ ଧାରଣା, ସାମିଲ ହେଲେ ଜୟପାଟଣା ୨ ପଞ୍ଚାୟତ ର ଚାଷି ।
କଳାହାଣ୍ଡି,୧୧/୦୫
ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ଦ୍ୱାରା ଉପକୃତ ହେଉଥିବା ଜୟପାଟଣା, କୋକସରା,ଧର୍ମଗଡ଼ ଓ ଜୁନାଗଡ଼ ବ୍ଲକର ପ୍ରାୟ ୧୮ ହଜାର ୮୮୫ ହେକ୍ଟର ଜମିରେ ଚଳିତ ରବି ଋତୁରେ ବ୍ୟାପକ ଧାନ ଚାଷ କରାଯାଇଛି।କିନ୍ତୁ ଫସଲ ଅମଳ ସମୟ ପାଖେଇ ଆସୁଥିଲେ ମଧ୍ୟ ଚାଷୀଙ୍କ ଧାନ ବିକ୍ରି ପାଇଁ ଆବଶ୍ୟକୀୟ ପଞ୍ଜିକରଣ ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇପାରିନାହିଁ।ପୂର୍ବରୁ କୋକସରା ଜାତୀୟ ରାଜପଥ ଅବରୋଧ କରି ଚାଷୀମାନେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ତଥାପି ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନେବା ଦୂରର କଥା ଚାଷି ୫ ଦିନ ହେବ ଧାରଣା ରେ ବସି ରହିଥିବା ସ୍ଥଳେ କୌଣସି ଶାସକ ଦଳ ରନେତା କିମ୍ବା ପ୍ରଶାସନିକ ଅଧିକାରୀ ଆସି ଚାଷି ଙ୍କୁ ସମବେଦନା ମଧ୍ୟ ଜଣାଇ ନାହାନ୍ତି। ପ୍ରଶାସନର ଉଦାସୀନତା ପ୍ରତିବାଦରେ ଚାଷୀମାନେ ଦୀର୍ଘ ୫ ଦିନ ଧରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏବଂ ଧାରଣାରେ ବସିଛନ୍ତି। ସେମାନଙ୍କର ଏକମାତ୍ର ଦାବି ମେଗାଲିଫ୍ଟ ଅଞ୍ଚଳ ର ରବିଧାନ ଚାଷ କରିଥିବା ସମସ୍ତ ଚାଷୀଙ୍କ ଧାନ ପଞ୍ଜିକରଣ କରାଯାଇ ସରକାରୀ ଦରରେ ଧାନ କିଣାଯାଉ। ମଙ୍ଗଳବାର ଏହି ଆନ୍ଦୋଳନ ରେ ଜୟପାଟଣା ବ୍ଲକ ର ହିରାପୁର ଓ କୁଚାଗାଁ ଗ୍ରାମ ପଞ୍ଚାୟତର ଶତାଧିକ ଚାଷୀ ସମେତ ଜନ ପ୍ରତିନିଧି ସାମିଲ ହୋଇଥିଲେ।ମେଗାଲିଫ୍ଟ ଚାଷି ସଂଘଠନ ର ସଭାପତି ପୁରୁଷୋତ୍ତମ ଗୁପ୍ତା ଓ ଆବାହକ ରାଜୀବ କୁମାର ଅଗ୍ରୱାଲ ଙ୍କ ନେତୃତ୍ୱରେ ଜାରି ରହିଥିବା ଏହି ଧାରଣା ରେ ଜୟପାଟଣା ଅଞ୍ଚଳ ର ଚାଷିନେତା ପରୀକ୍ଷିତ ନାଏକ, ଖଗପତି ନାଏକ,ମହେନ୍ଦ୍ର ନାଏକ,ମୋହନ ରାଉତ,ଲଷ୍ମଣ ରାଉତ,ରତନ ରାଉତ,ଯଦୁ ବାଣୁଆଁ,ମୀନକେତନ ବାଣୁଆଁ,ଗିରି ଦଳପତି, ସପୂରସିଙ୍ଗ ମାଝୀ, ବାହୁଦେବ ମାଝୀ,ସହଦେଵ ଗୌନ୍ତିଆ ,ତୈଳ କୋଚିଆ,ଟଙ୍କଧର କୋଚିଆ,ମୁରଲୀ ଧର ଦଳାଇ ସିଦ୍ଧେଶ୍ୱର କୋଚିଆ,ଅନିରୁଦ୍ଧ ନାଏକ,ଗୁରୁପ୍ରସାଦ ନାଏକ ସମେତ ଅନେକ ମହିଳା ଚାଷି ଓ କୋକସରା ଅଞ୍ଚଳ ର ଶତାଧିକ ଚାଷୀ ଧାରଣାରେ ଓଲ୍ଲାଇଛନ୍ତି |

