Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବକାରୀ ବିଭାଗ ଚଢ଼ାଉ, ୧୮ ଲିଟର ହାତରନ୍ଧା ମଦ ଜବତ, ମଦ ବେପାରୀ ଗିରଫ।

kalahandi,13/05
କୋକସରା ଅବକାରୀ ଥାନା ପକ୍ଷରୁ ମଙ୍ଗଳବାର ଅବକାରୀ ଇନିସ୍ପେକ୍ଟର ଅରୁଣ ଯୋଶୀ ଙ୍କ ନେତୃତ୍ୱରେ ଅବକାରୀ ଥାନା କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ଆମପାଣି ଗ୍ରାମ ନିକଟରେ ଚଢ଼ାଉ କରି ରିକିରାମ ମାଝୀ (୫୮)ଙ୍କ ଘରୁ ପ୍ରାୟ ୧୮ ଲିଟର ହାତରନ୍ଧା ଦେଶୀ ମଦ ଜବତ କରିବା ସହ ଗିରଫ କରିଥିଲେ। ଏହାପରେ ଅଭିଯୁକ୍ତ କୁ ଅବକାରୀ ଥାନା କୁ ଆଣି ପଚରାଉଚରା ସହ ଏହି ମାମଲା ରେ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ ରେ କୋକସରା ଅବକାରୀ ଓଆଇସି ଗୁପ୍ତେଶ୍ଵର ପଟେଲ, ଜୟପାଟଣା ଓଆଇସି ସୁରେଶ ଭୋଇ,କନେଷ୍ଟବଳ ଖୁସିଦେଵ କଟା,ବଳଭଦ୍ର ପାତ୍ର,ମହାଦେବ ମାଝୀ, ଅରୁଣାକ୍ଷ୍ୟ ଧ. ମାଝୀ, କୀର୍ତ୍ତି ଜେନା, ରବି ନାଗ ପ୍ରମୁଖ କର୍ମଚାରୀ ସାମିଲ ଥିଲେ। ଆଗକୁ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିବ ବୋଲି ଅବକାରୀ ଓଆଇସି ଗୁପ୍ତେଶ୍ଵର ପଟେଲ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ