Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅଙ୍କ ଦେହାନ୍ତ ; ମୃତ୍ୟୁର କାରଣ ଅସ୍ପଷ୍ଟ

ଉତ୍ତର ପ୍ରଦେଶ, ୧୩ | ୫ : ଉତ୍ତର ପ୍ରଦେଶ ଲକ୍ଷ୍ନୌରୁ ଏକ ବଡ ଖବର ଆସିଛି | ଉତ୍ତର ପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ଅଚାନକ ସକାଳେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୮ ବର୍ଷ ବୟସ ହୋଇଥିଲା |ତାଙ୍କୁ ଲକ୍ଷ୍ନୌର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ହସ୍ପିଟାଲ ନିର୍ଦ୍ଦେଶକ ଡକ୍ଟର ଜିପି ଗୁପ୍ତା ତାଙ୍କ ମୃତ୍ୟୁର ସୂଚନା ଦେଇଥିଲେ | ତେବେ କେଉଁକାରଣ ପାଇଁ ତାଙ୍କର ମୃତ୍ୟୁର ହୋଇଛି ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ନାହିଁ । ପୁଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।

ତାଙ୍କର ରାଜନୀତି ସହିତ କୌଣସି ସମ୍ପର୍କ ନଥିଲା | ପ୍ରତୀକ ଯାଦବ ନିଜର ବ୍ୟବସାୟ। କାରବାର ରହିଥିଲା | ତାଙ୍କର ନିଜସ୍ୱ ଜିମ୍ ଏବଂ ରିୟଲ ଇଷ୍ଟେଟ କାରବାର ରହିଥିଲା | ସେ ଜଣେ ଫିଟନେସ୍ ପ୍ରଶିକ୍ଷକ ମଧ୍ୟ ଥିଲେ। ତେବେ ସେ ଜଣେ ଫିଟନେସ୍ ପ୍ରଶିକ୍ଷକ ହେବା ସତ୍ତ୍ୱେ କାହିଁକି ଅଚାନକ ମୃତୁ ହେଲା ସେନେଇ ସନ୍ଦେହ ଉଠିଛି | ତେବେ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି | ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ