Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା! ହତ୍ୟା ନା ଆତ୍ମହତ୍ୟା ବଢିଲା ସନ୍ଦେହ

ଯାଜପୁର ୧୩।୫ : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଶୁଶୁଆ ପଞ୍ଚାୟତର ଇଶ୍ୱରପୁର ଗାଁରୁ ଏକ ଦୁଖଦଃ ଖବର ଆସିଛି | ଏକ ବରଗଛରେ ଓଢଣୀ ଲଗାଇ ଦୁଇ ଯୁବକ-ଯୁବତୀ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି |
ସୂଚନା ଅନୁଯାୟୀ, ମୃତ ଯୁବକ ଜଣଙ୍କ ଶୁଶୁଆ ପଞ୍ଚାୟତର ଇଶ୍ୱରପୁର ରାଜଜେନା ସାହି ମଙ୍ଗଳୁଦାସଙ୍କ ୨୨ ବର୍ଷୀୟ ବୟସ୍କ ପୁଅ ସମୀର ଦାସ ଏବଂ ମଲ୍ଲିକାପୁର ପଞ୍ଚାୟତ ମହାନ୍ତି ପାଟଣା ଗାଁରେ ରବିନ୍ଦ୍ର ମଲ୍ଲିକଙ୍କ ୨୦ ବର୍ଷୀୟ ଝିଅ ସୁରେଖା ମଲ୍ଲିକ ଦୀର୍ଘ ଦିନ ଧରି ଉଭୟ ଉଭୟଙ୍କୁ ଭଲ ପାଉଥିଲେ । ଗାଁର ଏକ ବରଗଛରେ ଉଭୟଙ୍କ ମୃତଦେହ ଝୁଲୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ | ଏହାପରେ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ | ଖବର ପାଇ ଘଟଣାସ୍ଥଳରେ ମଙ୍ଗଳପୁର ପୋଲିସ ଏବଂ ସାଇଣ୍ଟିଫିକ ଟିମ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ତେବେ ହଠାତ କେଉଁ କାରଣ ପାଇଁ ଉଭୟ ଆତ୍ମହତ୍ୟାର ପନ୍ଥା ବାଛିଲେ । ସେ କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ | ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସ ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ସ୍ପଷ୍ଟ ହେବ | ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ କେରଳର ଏକ ଘରୋଇ କମ୍ପାନୀରେ କାମ କାମ କରନ୍ତି । ୧୫ ଦିନ ହେବ ସେ ଘରକୁ ଆସିଥିଲେ। କିନ୍ତୁ ହଠାତ ଯୁବକ ଓ ଯୁବତୀ ଆତ୍ମହତ୍ୟା ଏକ ବଡ ସନ୍ଦେହ ସୃଷ୍ଟି ହୋଇଛି । ଘଟଣାରେ ପୁରା ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ