Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସିଲା ମୁଲାୟମ ସିଂହ ଯାଦବଙ୍କ ପୁଅ ପ୍ରତୀକ ଯାଦବଙ୍କ ପୋଷ୍ଟମର୍ଟମ ରିପୋର୍ଟ; ସ୍ପଷ୍ଟ ହେଲା ମୃତ୍ୟୁ ପଛର କାରଣ…

ଉତ୍ତର ପ୍ରଦେଶ, ୧୩ | ୫ : ଉତ୍ତର ପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ଅଚାନକ ସକାଳେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୮ ବର୍ଷ ବୟସ ହୋଇଥିଲା |ତାଙ୍କୁ ଲକ୍ଷ୍ନୌର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ହସ୍ପିଟାଲ ନିର୍ଦ୍ଦେଶକ ଡକ୍ଟର ଜିପି ଗୁପ୍ତା ତାଙ୍କ ମୃତ୍ୟୁର ସୂଚନା ଦେଇଥିଲେ | ତେବେମାତ୍ର ୩୮ ବର୍ଷ ବୟସରେ ମୃତ୍ୟୁ ସନ୍ଦେହ ସୃଷ୍ଟି ହୋଇଥିଲା | ଏହାପରେ ପୁଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ, ଫୁସ୍‌ଫୁସ୍‌ରେ ରକ୍ତ ଜମାଟ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ୩୮ ବର୍ଷୀୟ ପ୍ରତୀକଙ୍କର ଲକ୍ଷ୍ନୌରେ ଆଜି ସକାଳେ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ରକ୍ତଜମାଟ ହେବାଯୋଗୁ ଶ୍ବାସକ୍ରିୟା ଏବଂ ରକ୍ତ ସଞ୍ଚାଳନରେ ଅସୁବିଧା ଦେଖାଦେଇଥିଲା । ଲକ୍ଷ୍ନୌ ସିଭିଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଜିପି ଗୁପ୍ତା କହିଛନ୍ତି, ସକାଳ ୫ଟାରେ ପ୍ରତୀକଙ୍କ ସ୍ବାସ୍ଥ୍ୟ ଖରାପ ହେବା ନେଇ ଖବର ମିଳିବା ପରେ ଏକ ମେଡିକାଲ ଟିମ୍‌ ତାଙ୍କ ବାସଭବନରେ ପହଞ୍ଚି ଥିଲା। ଡାକ୍ତରମାନେ ପହଞ୍ଚିବା ବେଳକୁ ତାଙ୍କ ଅବସ୍ଥା ଅତି ସଙ୍ଗୀନ ହୋଇପଡ଼ିଥିଲା। ତେବେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା ଓ ଡାକ୍ତରୀ ଟିମ୍‌ର ସମସ୍ତ ପ୍ରୟାସ ସତ୍ତ୍ବେ ସକାଳ ୫ ଟା ୫୫ ମିନିଟରେ ପ୍ରତୀକଙ୍କୁ ମୃତ ଘୋଷଣା କରାଯାଇଥିଲା।

ପ୍ରତୀକ ମୁଲାୟମ ସିଂହ ଯାଦବଙ୍କ ଦ୍ବିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ପୁଅ। ତାଙ୍କର ରାଜନୀତି ସହିତ କୌଣସି ସମ୍ପର୍କ ନଥିଲା | ପ୍ରତୀକ ଯାଦବ ନିଜର ବ୍ୟବସାୟ। କାରବାର ରହିଥିଲା | ତାଙ୍କର ନିଜସ୍ୱ ଜିମ୍ ଏବଂ ରିୟଲ ଇଷ୍ଟେଟ କାରବାର ରହିଥିଲା |ପ୍ରତୀକ୍‌ ବ୍ରିଟେନର ଲିଡ୍ସ ବିଶ୍ବବିଦ୍ୟାଳୟରୁ ପାଠ ପଢ଼ିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ