ବିରିମିଲା ଜଙ୍ଗଲ ଅଞ୍ଚଳରେ ପୋଲିସ ର ଚଢାଉ : ୮ଟି ଦେଶୀ ବନ୍ଧୁକ ଜବତ
ବାଲିଗୁଡା, ତା, ୧୪/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ପୋଲିସ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବିରିମିଲା ଜଙ୍ଗଲ ଅଞ୍ଚଳରେ ଚଢାଉ କରିଥିଲା । ଚଢାଉ ସମୟରେ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ୮ଟି ଦେଶୀ ତିଆରି ବନ୍ଧୁକ ଜବତ କରାଯାଇଛି । ଏ ନେଇ ତୁମୁଡିବନ୍ଧ ଥାନା କେଶ ନଂ. ୬୪/୨୬ ଅନୁସାରେ ଆର୍ମସ ଆକ୍ଟ ଧାରା ୨୫(୧-ବି)(ଏ) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏହି ବନ୍ଧୁକ ଗୁଡ଼ିକ ବନ୍ୟଜନ୍ତୁଙ୍କ ଅବୈଧ ଶିକାର ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ପାଇଁ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିଲା । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ପୋଲିସ ତଦନ୍ତ ଅବ୍ୟାହତ ରଖିଥିବା ବିଷୟ ପୋଲିସ ପ୍ରକାଶ କରିଛି ।

