Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିବିଏସଇ ଦ୍ୱାଦଶ ପରୀକ୍ଷାରେ ପିଏମ୍ ଶ୍ରୀ କେଭି ଭବାନୀପାଟଣା ର ସଫଳତା।

କଳାହାଣ୍ଡି,୧୪/୦୫
ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ରେ ସିବିଏସଇ ଦ୍ୱାଦଶ ଶ୍ରେଣୀ (AISSCE 2025-26) ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି। ବିଜ୍ଞାନ ଓ ବାଣିଜ୍ୟ ଉଭୟ ଶାଖାରେ ବିଦ୍ୟାଳୟ ୧୦୦% ଫଳାଫଳ ହାସଲ କରିଛି।
ବିଜ୍ଞାନ ଶାଖାରେ ନିଖିଲ ନେଗି ୯୩.୪% ଅଙ୍କ ପାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବାଣିଜ୍ୟ ଶାଖାରେ ଋଷିକେଶ ବେହେରା ୯୦.୪% ଅଙ୍କ ପାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଏହି ପରୀକ୍ଷାରେ ସମୁଦାୟ ୫୭ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେଥିରୁ ବିଜ୍ଞାନ ଶାଖାରୁ ୩୨ ଜଣ ଏବଂ ବାଣିଜ୍ୟ ଶାଖାରୁ ୨୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ସଫଳତାର ସହିତ ୧୦୦% ଫଳାଫଳ ହାସଲ କରିଛନ୍ତି।ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଭୀମସେନ ପଣ୍ଡା ଏହି ଉଲ୍ଲେଖନୀୟ ସଫଳତା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ଛାତ୍ରଛାତ୍ରୀମାନଙ୍କର କଠିନ ପରିଶ୍ରମ, ଶିକ୍ଷକମାନଙ୍କର ନିରନ୍ତର ପରାମର୍ଶ ଓ ଅଭିଭାବକମାନଙ୍କର ସହଯୋଗ ଫଳରେ ଏହି ସଫଳତା ସମ୍ଭବ ହୋଇପାରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ