ପ୍ରତୀକ ଯାଦବଙ୍କ ମୃତ୍ୟୁକୁ ନେଇ ବଡ଼ ଅପଡେର୍ଟ , ଶରୀରରେ ମିଳିଲା ଏକାଧିକ ଆଘାତ ଚିହ୍ନ!
ଉତ୍ତରପ୍ରଦେଶ, ୧୪ | ୬ : ଉତ୍ତର ପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ଅଚାନକ ମୃତ୍ୟୁକୁ ସନ୍ଦେହ କରି ତାଙ୍କର ପୋଷ୍ଟମର୍ଟମ କରାଯାଇଥିଲା | ରିପୋର୍ଟ ଅନୁସାରେ, ୩୮ ବର୍ଷୀୟ ପ୍ରତୀକ ଯାଦବଙ୍କ ମୃତ୍ୟୁ ଫୁସ୍ଫୁସ୍ରେ ରକ୍ତ ଜମାଟ ହେବା ଯୋଗୁଁ ହୋଇଛି | ପରବର୍ତ୍ତୀ ସମୟରେ ଫୁସଫୁସରେ ସଂକ୍ରମଣ ହୋଇଥିଲା | ଯାହା ଫଳରେ ଶ୍ବାସକ୍ରିୟା ଏବଂ ରକ୍ତ ସଞ୍ଚାଳନରେ ସମସ୍ୟା ଦେଖାଯାଇଥିଲା | ଏବଂ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି |
ତେବେ ଡାକ୍ତରମାନେ ହୃଦସ୍ପନ୍ଦନ ଏବଂ ଫୁସଫୁସରୁ କିଛି ନମୁନା ଅଧିକ ପରୀକ୍ଷା ପାଇଁ ସଂଗ୍ରହ କରି ରଖିଛନ୍ତି । ଏହା ସହିତ, କିଛି ଆଭ୍ୟନ୍ତରୀଣ ଅଙ୍ଗର ନମୁନା ରାସାୟନିକ ବିଶ୍ଳେଷଣ ପାଇଁ ସଂରକ୍ଷିତ ରଖାଯାଇଛି ଏବଂ ପୋଲିସକୁ ହସ୍ତାନ୍ତର କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଶରୀରରେ ମିଳିଥିବା ସମସ୍ତ ଆଘାତ ମୃତ୍ୟୁ ପୂର୍ବରୁ ହୋଇଥିଲା।
କିନ୍ତୁ ପୋଷ୍ଟମର୍ଟମରେ ତାଙ୍କ ଶରୀରରେ ଛଅଟି “ଆଣ୍ଟିମର୍ଟମ୍” ଆଘାତ ମିଳିଥିଲା ଯାହାକୁ ନେଇ ସନ୍ଦେହ ବଢିଛି | ସୂଚନା ଅନୁଯାୟୀ ତାଙ୍କର ଛାତି, ଡାହାଣ ହାତ, ଡାହାଣ ହାତ, କହୁଣୀ ସନ୍ଧି ଏବଂ ବାମ କାନ୍ଥରେ ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା । ରିପୋର୍ଟ ଅନୁଯାୟୀ କିଛି ଆଘାତ ୨ କି ୩ ଦିନର ପୂର୍ବର ରହିଥିବା ବେଳେ ଅନ୍ୟ କିଛି ଆଘାତ ୫-୭ ଦିନ ପୁରୁଣା କ୍ଷତର ଚିହ୍ନ ରହିଥିଲା |
ସୂଚନାଯୋଗ୍ୟ, ଅଖିଳେଶ ଯାଦବଙ୍କ ସାବତ ଭାଇ ୩୮ ବର୍ଷୀୟ ପ୍ରତୀକ ଯାଦବଙ୍କ ବୁଧବାର ତାଙ୍କର ଦେହାନ୍ତ ହୋଇଥିଲା | ପ୍ରତୀକ ସମାଜବାଦୀ ପାର୍ଟି ର ପ୍ରତିଷ୍ଠାତା ସ୍ୱର୍ଗତ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ଥିଲେ। ସେ ଲିଭର ଏବଂ ଫୁସଫୁସ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ | ଏବଂ ତାଙ୍କୁ ପୂର୍ବରୁ ବହୁବାର ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେବାରୁ କାଲି ପରିବାର ସଦସ୍ୟମାନେ ତାଙ୍କୁ ସକାଳ ପ୍ରାୟ ୬:୧୫ ରେ ହସ୍ପିଟାଲକୁ ନେଇଯାଇଥିଲେ କିନ୍ତୁ ସୂଚନା ଅନୁଯାୟୀ ସେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସମୟରେ ତାଙ୍କ ପତ୍ନୀ ଅପର୍ଣ୍ଣା ଯାଦବ ସହରରେ ନଥିଲେ। ସେପଟେ ସିଭିଲ୍ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଜିସି ଗୁପ୍ତା କହିଛନ୍ତି ଯେ, ପ୍ରତୀକଙ୍କୁ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆଣିବାକୁ ବହୁ ଉଦ୍ୟମ କରିଥିଲେ କିନ୍ତୁ ତା ପରେ ତାଙ୍କର ମୃତ୍ୟୁ ହୋଇଥିଲା | ଏବଂ ପରେ ପୋଲିସକୁ ସୂଚନା ଦିଆଯାଇଥିଲା | ତେବେ ଅଧିକ ପରୀକ୍ଷା ପାଇଁ ସଂରକ୍ଷିତ ରଖାଯାଇଥିବା ନମୁନର ପରୀକ୍ଷଣ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡିବ।

