କେରଳର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭିଡି ସତୀଶନ!
କେରଳ, ୧୪ | ୫ : କେରଳମରେ ୨୦୨୬ ବର୍ଷ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ବଡ ବିବାଦ ଆରମ୍ଭ ହୋଇଥିଲା | ଏବେ ସବୁ ବିବାଦର ଅନ୍ତ ହୋଇଛି | ବିଚାର ବିମର୍ଷ ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି | କଂଗ୍ରେସ କେରଳମ୍ ର ନୂଆ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ଭିଡି ସତୀସନଙ୍କ ନାମ ଘୋଷଣା କରିଛି । ଏବେ ଭିଡି ସତୀଶନ ହେବେ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ତେବେ ଏହାପୂର୍ବରୁ ଭିଡି ସତୀଶନ କେରଳରୁ ଛଅ ଥର ବିଧାୟକ ପଦବୀରେ ରହିସାରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ଆସନ ପାଇଁ କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେନୁଗୋପାଳଙ୍କ ଏବଂ ଭିଡି ସତୀଶନ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ନିର୍ବାଚିତ ବିଧାୟକ ଏବଂ ମେଣ୍ଟ ଅଂଶୀଦାରମାନଙ୍କ ସହିତ ପରାମର୍ଶ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି ।
ତେବେ କେରଳ କଂଗ୍ରେସ ରାଜନୀତିରେ ଭିଡି ସତୀଶନ କୌଣସି ନୂଆ ଚେହେରା ନୁହଁ ବରଂ ଦୀର୍ଘଦିନ ଧରି ସକ୍ରିୟ ଏବଂ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ବିବେଚିତ ହେଉଥିବା ନେତା । ସଂଗଠନ ମଧ୍ୟରେ ତାଙ୍କର ମଧ୍ୟ ଏକ ଦୃଢ଼ ଦଖଲ ରହିଛି ବୋଲି ବିଶ୍ୱାସ ରହିଛି | ତେଣୁ, ଦଳୀୟ ନେତୃତ୍ୱ ଏବେ ତାଙ୍କୁ କେରଳର ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ୧୯୬୪ ମଇ ୩୧ ତାରିଖରେ କୋଚି ନିକଟସ୍ଥ ନେଟ୍ଟୁରରେ ଭିଡି ସତିସନ ଜନ୍ମ ଗ୍ରହଣ କରିଥିଲେ | ସେ କେ. ଦାମୋଦରନ ମେନନ ଏବଂ ଭି. ଭିଲାସିନି ଆମ୍ମାଙ୍କ ପୁଅ। ଭିଡି ସତୀଶନଙ୍କ ପରିବାର ଦୀର୍ଘ ଦିନ ଧରି କଂଗ୍ରେସ ଦଳ ସହିତ ଜଡିତ ରହିଛନ୍ତି | ସତୀଶନ କଳାରେ ସ୍ନାତକ (ବି.ଏ.) ଡିଗ୍ରୀ ସମାପ୍ତ କରିବା ପରେ, ସେ ଆଇନରେ ସ୍ନାତକ (ଏଲଏଲ.ବି.) ଡିଗ୍ରୀ ମଧ୍ୟ ହାସଲ କରିଥିଲେ| ପରେ କେରଳ ଛାତ୍ର ସଂଘ ମାଧ୍ୟମରେ ରାଜନୀତିରେ ପ୍ରବେଶ କରି ଧୀରେ ଧୀରେ କଂଗ୍ରେସ ଦଳ ମଧ୍ୟରେ ନିଜର ଜାଗା ବନାଇଥିଲେ | ଆଜି ଯୁବ କଂଗ୍ରେସରୁ ଆରମ୍ଭ ହୋଇଥିବା ତାଙ୍କର ଯାତ୍ରା ତାଙ୍କୁ କେରଳର ମୁଖ୍ୟମନ୍ତ୍ରୀ ପଦ ପର୍ଯ୍ୟନ୍ତ ପହଞ୍ଚିଛି |

