ଏପଟେ ଥାଲାପାଥି ବିଜୟ ମୁଖ୍ୟମନ୍ତ୍ରୀ , ଅନ୍ୟପଟେ ତାଙ୍କ ଗର୍ଲଫ୍ରେଣ୍ଡ ତ୍ରିଶାଙ୍କୁ ୧୨ କୋଟିର ଅଫର ଦେଲା ଡ଼ିଏମକେ!
ନୂଆଦିଲ୍ଲୀ ୧୪।୦୫; ସିନେମା ଏବଂ ରାଜନୀତି ଦୁଇଟା ଦୁଇଟା କ୍ଷେତ୍ର ଭିନ୍ନ ଭିନ୍ନ । କିନ୍ତୁ ଦୁଇଟି ଯାକ କ୍ଷେତ୍ରରେ ଲୋକଙ୍କର ବେଶ ରୁଚି ରହିଛି | ଖାସ୍ କରି ଯେତେବେଳେ ଜଣେ ରାଜନେତା ଏବଂ ସୁପରଷ୍ଟାରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଚାଲେ, ସେତେବେଳେ ପ୍ରତିଟି ମୁହୂର୍ତ୍ତ ଉପରେ ସମସ୍ତଙ୍କ ନଜର ରହିଥାଏ । ଏବେ ତାମିଲନାଡୁ ରାଜନୀତିରେ ଦୁଇଟି ବଡ଼ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି, ଜଣେ ହେଉଛନ୍ତି ଥାଲାପତି ବିଜୟ ଏବଂ ଅନ୍ୟଜଣେ ହେଉଛନ୍ତି ଉଦୟନିଧି ଷ୍ଟାଲିନ୍ । ଶୁଣିବାକୁ ମିଳୁଛିଯେ, ବିଜୟଙ୍କ ଗର୍ଲଫ୍ରେଣ୍ଡ ତ୍ରିଶାଙ୍କୁ ଉଦୟନିଧି ଏକ ବଡ଼ ଅଫର୍ ଦେଇଛନ୍ତି ।
ଫିଲ୍ମ କ୍ୟାରିୟରକୁ ନେଇ ଆରମ୍ଭ ହୋଇଛି ଏ ଆଲୋଚନା | ସୂଚନା ଅନୁସାରେ , ତାମିଲନାଡୁ ରାଜନୀତିର ଶକ୍ତିଶାଳୀ ଚେହେରା ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ ନିଜର ପ୍ରଡକ୍ସନ ହାଉସ୍ ‘ରେଡ୍ ଜିଆଣ୍ଟ ମୁଭିଜ୍’ ପକ୍ଷରୁ ତ୍ରିଶାଙ୍କୁ ଏକ ବଡ଼ ପ୍ରୋଜେକ୍ଟ ପାଇଁ ସାଇନ୍ କରିଛନ୍ତି । ଆଉ ଏଥିପାଇଁ ତ୍ରିଶାଙ୍କୁ ୧୨ କୋଟି ଟଙ୍କା ଅଫର୍ ଦିଆଯାଉଥିବା ଶୁଣିବାକୁ ମିଳିଛି । ଏହି ଖବର ଆସିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି |
ତାମିଲନାଡୁର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ରାଜନୈତିକ ମୋଡ ବଦଳିଯାଇଥିଲା | ବହୁ ଦିନର ଶାସନ କ୍ଷମତାରେ ରହିଥିବା ଡ଼ିଏମକେ ଧରାଶାୟୀ ହୋଇଥିଲା | ଏବଂ ପ୍ରଥମଥର ଭାବେ ଏକ ନୂଆ ଚେହେରା ଭାବେ ଥାଲାପାଥି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପାଇଁ ଶପଥ ଗ୍ରହଣ କରିଥିଲେ | ଆଉ ଏବେ ବିଜୟ ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିଶାଙ୍କୁ ଷ୍ଟାଲିନଙ୍କ କ୍ୟାମ୍ପରୁ ଏତେ ବଡ଼ ଅଫର ମିଳିବା ସୃଷ୍ଟି କରିଛି ବିରାଟ ପ୍ରଶ୍ନବାଚୀ । ତେବେ ସିନେମା ଦୁନିଆରେ ୧୨ କୋଟି ଟଙ୍କା ଜଣେ ଅଭିନେତ୍ରୀଙ୍କ ପାଇଁ ଛୋଟ ଆମାଉଣ୍ଟ ନୁହେଁ | ଉଦୟନିଧି ଷ୍ଟାଲିନଙ୍କ ପକ୍ଷରୁ ଏତେ ବଡ ଆମାଉଣ୍ଟ ପଛରେ କଣ ରାଜନୈତିକ ଉଦ୍ଦେଶ୍ୟ ରହିଛି? ଏହାକୁ ନେଇ ସନ୍ଦେହ ବଢିଛି |
ତେବେ ଉଦୟନିଧି ଷ୍ଟାଲିନ କେବଳ ଜଣେ ନେତା ନୁହନ୍ତି, ସେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ବଡ଼ ପ୍ରଯୋଜକ ଏବଂ ଡିଷ୍ଟ୍ରିବ୍ୟୁଟର ମଧ୍ୟ ଅଟନ୍ତି । ଚର୍ଚ୍ଚା ହେଉଛି କି, ବିଜୟଙ୍କ ପ୍ରଭାବକୁ କମ୍ କରିବା ପାଇଁ କିମ୍ବା ତାଙ୍କ ସହ ଜଡ଼ିତ ବଡ଼ କଳାକାରମାନଙ୍କୁ ନିଜ ପଟକୁ ଆଣିବା ପାଇଁ ଷ୍ଟାଲିନଙ୍କର ଏହା ଏକ ରଣନୀତି ହୋଇଥାଇପାରେ । କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ | କିନ୍ତୁ ସୋସିଆଲ ମିଡିଆରେ ଏହାକୁ ନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ଦୁଇଟି ମତ ଦେଖିବାକୁ ମିଳୁଛି । ତ୍ରିଶାଙ୍କ ହାତରେ ଏବେ ଅନେକ ବଡ଼ ପ୍ରୋଜେକ୍ଟ ରହିଛି । ସେ କମଲ ହାସନଙ୍କ ‘ଠଗ୍ ଲାଇଫ୍’ ଏବଂ ଚିରଞ୍ଜିବୀଙ୍କ ‘ବିଶ୍ୱମ୍ଭରା’ ଭଳି ବଡ଼ ବଜେଟ୍ ଫିଲ୍ମରେ କାମ କରୁଛନ୍ତି ।
ଏତେ ବଡ ଅଫର ପାଇବା ପରେ ତ୍ରିଶା ଏହି ଫିଲ୍ମରେ କାମ କରିବେ କି ନା ତାହା ଆଗାମୀ ସମୟରେ ସ୍ପଷ୍ଟ ହେବ । ବିଜୟଙ୍କ ରାଜନୈତିକ ପ୍ରତିଦ୍ବନ୍ଦିତା ମଧ୍ୟରେ ତ୍ରିଶାଙ୍କୁ ମିଳିଥିବା ଏହି ଅଫର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଥାଲାପାଥି ବିଜୟଙ୍କ ମଦ ଦୋକାନ ବନ୍ଦ ନିଷ୍ପତ୍ତିରେ କମଲ ହାସନ ଖୁସି ହୋଇ ତାଙ୍କୁ ବେଶ ପ୍ରଶଂସା କରିଛନ୍ତି | ସେ କହିଛନ୍ତି -‘ଭାଇ ତାଙ୍କ ପ୍ରତିଶ୍ରୁତି ରଖିଲେ’ |

