Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀଙ୍କ ୫ ଦିନିଆ ବିଦେଶ ଗସ୍ତ! UAE ରାଷ୍ଟ୍ରପତିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ, ୧୫ | ୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଠାରୁ ୫ ଦିନିଆ ବିଦେଶ ଗସ୍ତରେ ଅଛନ୍ତି । ୧୫ ମଇରୁ ୨୦ ମଇ ପର୍ଯ୍ୟନ୍ତ ସେ ସଂଯୁକ୍ତ ଆରବ ଏମିରେଟ୍ସ (UAE), ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀ ଅଭିମୁଖେ ଗସ୍ତ କରିବେ। ଏହି ପାଞ୍ଚ ଦିନିଆ ଗସ୍ତର ପ୍ରଥମ ଦିନରେ ସେ UAEରେ ପହଞ୍ଚିବେ ଏବଂ ୨୦ ମଇରେ ଇଟାଲୀରୁ ଭାରତ ଫେରିବେ। ଏହି ପାଞ୍ଚ ଦିନ ମଧ୍ୟରେ, ସେ ଶକ୍ତି, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ବ୍ୟବସାୟ, ବାଣିଜ୍ୟ ଏବଂ ଜଳବାୟୁ ପରିବର୍ତ୍ତନ ସମେତ ବିଭିନ୍ନ ପ୍ରସଙ୍ଗରେ ପାଞ୍ଚଟି ଦେଶ ସହିତ ଆଲୋଚନା କରିବା ସହିତ ଚୁକ୍ତିନାମା ମଧ୍ୟ କରିବାର ସୂଚନା ରହିଛି |

ତେବେ UAE ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାକାର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଣିଜ୍ୟ, ବିନିଯୋଗ, ପ୍ରତିରକ୍ଷା , ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଆଲୋଚନାର ମୁଖ୍ୟ ଏଜେଣ୍ଡା ରହିଛି।

ପ୍ରଧାମନ୍ତ୍ରୀଙ୍କ UAE ଗସ୍ତ ପରେ ୟୁରୋପ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେ, ନେଦରଲ୍ୟାଣ୍ଡ, ସ୍ୱିଡେନ, ନରୱେ ଏବଂ ଇଟାଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମେ’ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗସ୍ତ ଭାରତର ବୈଦେଶିକ ନୀତି ଏବଂ ଆନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଏକ ନୂଆ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ