Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିକୁ ରୋକିବାକୁ ଅଖିଳେଶଙ୍କ ହିନ୍ଦୁତ୍ଵ ପ୍ଲାନ, ହୋମ-ପୂଜା କରିବେ ସମାଜବାଦୀ ପାର୍ଟିର ନେତା

ଲକ୍ଷ୍ନୌ: ମିଶନ ୨୦୨୪ ପାଇଁ ସମସ୍ତ ବିରୋଧୀ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି କ୍ରମରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଏବେ ଭାରତୀୟ ଜନତା ପାର୍ଟିର ମୁକାବିଲା କରିବା ପାଇଁ ନରମ ହିନ୍ଦୁତ୍ଵ ରାସ୍ତା ଆପଣେଇବାକୁ ପ୍ରସ୍ତୁତ କରୁଛନ୍ତି। ପାର୍ଟି ଅନେକ ମନ୍ଦିରରେ ହୋମ ପୂଜା ଏବଂ ଟ୍ରେନିଂ କରିବାର ଯୋଜନା ପ୍ରସ୍ତୁତ କରିଛି। ଗତ ୪ ନିର୍ବାଚନରେ ସମାଜବାଦୀ କୌଣସି ଖାସ୍ ସଫଳତା ପାଇ ପାରି ନାହିଁ। ସମାଜବାଦୀ ପାର୍ଟିର ଏହି ଯୋଜନାକୁ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ସହ କିଛି ଲିଙ୍କ ଥିବା ରାଜନୈତିକ ମହଲରେ ଚର୍ଚ୍ଚା।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସପା ପ୍ଲାନ ହିନ୍ଦୁତ୍ଵର ପ୍ରଥମ ପର୍ଯ୍ୟାୟରେ ଲକ୍ଷ୍ମୀପୁର ଖିରି ଜିଲ୍ଲାର ଦେବକଲି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର କରିଛି। ଏହି ସ୍ଥାନର ସମ୍ବନ୍ଧ ମହାଭାରତ ସହ ରହିଛି। ମନ୍ଦିର ସଂଲଗ୍ନ କଲେଜ ପରିସରରେ ସପା ଟ୍ରେନିଂର ଆୟୋଜନ ମଧ୍ୟ କରିବ। ଏହା ପରେ ପାର୍ଟି ଦେବକଲିରୁ ପ୍ରାୟ ୧୦୦ କିମି ଦୂର ନେମିଶରଣ ଧାମ ଅଭିମୁଖେ ଯାତ୍ରା କରିବ। ସୀତାପୁର ଜିଲ୍ଲାରେ ସ୍ଥିତ ଏହି ଜାଗାରେ ସପା ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଆୟୋଜନ କରିବ।

ଅଖିଳେଶଙ୍କ ସମେତ ସପାର ଅନେକ ବରିଷ୍ଠ ନେତା ନେମିଶରଣରେ ହୋମ କରି ପାରନ୍ତି। ସପା ନେତା ତଥା ବିଧାୟକ ରାମପାଲ ଯାଦବ କହିଛନ୍ତି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ସମେତ ପାର୍ଟିର ସମସ୍ତ ନେତା ନେମିଶରଣ ଧାମ ଗସ୍ତ କରିବେ ଏବଂ ଟ୍ରେନିଂ କ୍ୟାମ୍ପ ଆରମ୍ଭ ପୂର୍ବରୁ ହୋମ କରିବେ। ଚକ୍ରତୀର୍ଥ, ଲଳିତା ଦେବୀ ମନ୍ଦିର ଏବଂ ବ୍ୟାସ ଗାଦିରେ ଧାର୍ମିକ ଅନୁଷ୍ଠାନର ଆୟୋଜନ କରିବେ।

ଇଣ୍ଡିଆନ ଏକ୍ସପ୍ରେସ ସହ ଆଲୋଚନା ବେଳେ ସପାର ଜନୈକ ବରିଷ୍ଠ ନେତା କହିଛନ୍ତି ଯେ, ଗତ ବର୍ଷ ବିଧାନସଭା ନିର୍ବାଚନରେ ସପାକୁ ମୁସଲିମ ଭୋଟ୍ ମିଳିଥିଲେ ହେଁ ପାର୍ଟି ବିଜେପିକୁ କ୍ଷମତାଚ୍ୟୁତ୍ କରି ପାରିନଥିଲା। ୨୦୧୯ ଲୋକସଭା ନିର୍ବାଚନରେ ଯେବେ ସପା ଏବଂ ବସପା ଏକାଠି ମିଶି ନିର୍ବାଚନ ଲଢିବେ ତେବେ ପୂରା ମୁସଲିମ ସମୁଦାୟ ଭୋଟ୍ ମେଣ୍ଟକୁ ମିଳିଥିଲା। ତଥାପି ଆମେ ୮୦ଟି ଆସନରୁ ମାତ୍ର ୧୫ଟି ଜିତି ପାରିଲୁ।

ସେ କହିଛନ୍ତି, ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଚାଲିଛି। ତେଣୁ ଏକ ମଜବୁତ ହିନ୍ଦୁ-ମୁସଲିମ ଧ୍ରୁବୀକରଣ ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀଙ୍କୁ ବହୁତ କ୍ଷତି ପହଞ୍ଚାଇପାରେ। ତେଣୁ ବିଜେପିକୁ ହରାଇବାକୁ ହେଲେ ସପା କେବଳ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ନିର୍ଭର ରହିବାକୁ ଚାହୁଁନାହିଁ। ତେଣୁ ସପା ନିଜର ରଣନୀତିରେ ଏବେ ପରିବର୍ତ୍ତନ କରିଛି।