Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋମ୍ୟ ରଞ୍ଜନ ହତ୍ୟା ଘଟଣା: ଗିରଫ ହେଲେ ଆଉ୨

ଭୁବନେଶ୍ୱର,୧୯।୫: ଭୁବନେଶ୍ୱରର ଉପକଣ୍ଠ ବାଲିଅନ୍ତାରେ କନେଷ୍ଟବଳ ସୋମ୍ୟ ରଞ୍ଜନଙ୍କ ହତ୍ୟା ମାମଲାରେ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ନୟାଗଡ଼ ରଣପୁର ଅଞ୍ଚଳରୁ ପଞ୍ଚାନନ ବଡ଼ ଜେନା (କାଳିଆ),ଏବଂ ରଣଜିତ୍ ରଣାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ୍। ତେବେ ଏହି ଗିରଫକୁ ମିଶାଇ ସମୁଦାୟ ୧୫ରେ ପହଞ୍ଚିଛି ଗିରଫଦାରୀ ସଂଖ୍ୟା । କ୍ରାଇମବ୍ରାଞ୍ଚ୍ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୧୧ କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି।

ତେବେ ପୂର୍ବରୁ ଏହି ଘଟଣାରେ ସାଧାରଣ ଲୋକଙ୍କୁ ଗିରଫ କରାଯାଇଥିବା ଭଳି ଏକ ଅଭିଯୋଗ ହେଉଥିଲା। ଏହା ଉପରେ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସ୍ପଷ୍ଟତା ରଖାଯାଇଛି। କୌଣସି ସାଧାରଣ ଲୋକଙ୍କୁ ଗିରଫ କରାଯାଇ ନାହିଁ ବୋଲି କ୍ରାଇମବ୍ରାଞ୍ଚ୍ ସ୍ପଷ୍ଟ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ