ଅବକାରୀ ବିଭାଗ ଚଢ଼ାଉ, ୧୨ ଲିଟର ହାତରନ୍ଧା ମଦ ଜବତ, ଜଣେ ଗିରଫ।
କଳାହାଣ୍ଡି,୨୦/୦୫
କଳାହାଣ୍ଡି ଜିଲ୍ଲା କୋକସରା ଅବକାରୀ ଥାନା ପକ୍ଷରୁ ମଙ୍ଗଳବାର ଅବକାରୀ ଇନିସ୍ପେକ୍ଟର ଅରୁଣ ଯୋଶୀ ଙ୍କ ନେତୃତ୍ୱରେ ଅବକାରୀ ଥାନା କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ବରାଡୋଙ୍ଗା ଗ୍ରାମ ନିକଟରେ ଚଢ଼ାଉ କରି କ୍ଷୀରସିନ୍ଧୁ ବାରିକ(୪୧) ଙ୍କ ଘରୁ ପ୍ରାୟ ୧୨ ଲିଟର ହାତରନ୍ଧା ଦେଶୀ ମଦ ଜବତ କରିବା ସହ ଗିରଫ କରିଥିଲେ। ଏହାପରେ ଅଭିଯୁକ୍ତ କୁ ଅବକାରୀ ଥାନା କୁ ଆଣି ପଚରାଉଚରା ସହ ଏହି ମାମଲା ରେ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ ରେ କୋକସରା ଅବକାରୀ ଓଆଇସି ଗୁପ୍ତେଶ୍ଵର ପଟେଲ, ଜୟପାଟଣା ଓଆଇସି ସୁରେଶ ଭୋଇ,କନେଷ୍ଟବଳ ଖୁସିଦେଵ କଟା,ମହାଦେବ ମାଝୀ,ରବି ନାଗ ଯଶୋବନ୍ତି ଭୋଇ ପ୍ରମୁଖ କର୍ମଚାରୀ ସାମିଲ ଥିଲେ। ଆଗକୁ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିବ ବୋଲି ଅବକାରୀ ଓଆଇସି ଗୁପ୍ତେଶ୍ଵର ପଟେଲ ସୂଚନା ଦେଇଛନ୍ତି।

