Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ତ୍ରୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରି ଗିରଫ ହେଲା ସ୍ବାମୀ!

ବାଲେଶ୍ୱର,୨୦ା୫: ମୋବାଇଲରେ ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ରେକର୍ଡ କରି ଭାଇରାଲ କଲେ। ଏହି ଅଭିଯୋଗରେ  ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି।

ସୂଚନା ଅନୁସାରେ, ବିବାହ ହେବା ପରେ ଯୁବକ ଜଣଙ୍କ ତାଙ୍କ ସ୍ତ୍ରୀଙ୍କୁ ନେଇ ଜାମସେଦପୁରକୁ ଯାଇଥିଲେ। ସେଠାରେ ରହିବା ସମୟରେ ଉଭୟଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଏବଂ ଫଟୋ ମୋବାଇଲରେ କଏଦ କରିଥିଲେ। ଖାଲି ସେତିକି ନୁହେଁ ଏହାପରେ ସେ  ସ୍ତ୍ରୀଙ୍କୁ ଅନ୍ୟ ପୁରୁଷଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। କିନ୍ତୁ ସ୍ତ୍ରୀ ଏଥିରେ ରାଜି ହୋଇ ନଥିଲେ। ଯୁବକ ଜଣକ ସେତିକିରେ ଥମି ନଥିଲେ ସ୍ତ୍ରୀ ରାଜି ନ ହେବାରୁ  ଯୁବକ ଜଣଙ୍କ ତାଙ୍କର ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ  ସ୍ତ୍ରୀ ତାଙ୍କ ରାଗିକି ଗାଁ କୁ ଚାଲି ଯାଇଥିଲେ । ଏହାପରେ ଯୁବକ ଜଣକ ଫେକ୍‌ ଆଇଡି ଖୋଲି ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଅପଲୋଡ୍‌ କରିଥିଲେ। ଏ ବିସୟରେ ସ୍ତ୍ରୀଙ୍କୁ ଜଣାପଡିଵା ପରେ ସ୍ତ୍ରୀ ବାଲିଆପାଳ ପୋଲିସ ଏବଂ ବାଲେଶ୍ବର ସାଇବର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ ସହ ମଙ୍ଗଳବାର ଜାମସେଦପୁରରୁ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ