Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନାଗଡ଼ ପୋଲିସକୁ ବଡ଼ ସଫଳତା ୪୪ ଚୋରି ବାଇକ ଉଦ୍ଧାର,୬ ଅଭିଯୁକ୍ତ ଗିରଫ କଳାହାଣ୍ଡି ଏସପିଙ୍କ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି,୨୦/୦୫
କଳାହାଣ୍ଡି ଜିଲା ଜୁନାଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା। ବୁଧବାର ଏକ ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରି ୪୪ଟି ଚୋରି ବାଇକ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ୬ ଜଣକୁ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଜୁନାଗଡ଼ (ଗନ୍ତାୟତପଡା) ସୁରଜ କୈବର୍ତ୍ତ (୧୮),ପବନ କୈବର୍ତ୍ତ(୨୩),ଆକାଶ କୈବର୍ତ୍ତ(୧୯), ହିଞ୍ଜଲିବାହାଲି ପଡାର ଆଲୋକ ବାରିକ (୧୯),ମୁଣ୍ଡରାଗୁଡାର ଚାନ୍ଦ ନାଏକ(୨୧) ଓ ଭବାନୀପାଟଣା ନକଟିଗୁଡାର ସମୀର ଦୁର୍ଗା (୨୨) । ଏ ନେଇଁ ବୁଧବାର ଜୁନାଗଡ଼ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସପି ନାଗରାଜ ଦେବର କୋଣ୍ଡା ସୂଚନା ଦେଇଛନ୍ତି। ଗତ ୧୩ ତାରିଖରେ ଜୁନାଗଡ଼ ଥାନାରେ ଏକ ବାଇକ୍ ଚୋରି ନେଇଁ ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା। ଏହାପରେ ଉପରୋକ୍ତ ବାଇକ ସବୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଚୋରି ବାଇକ ଗୁଡିକ ଜୁନାଗଡ଼ ଥାନା ସମେତ ଜିଲାର ଧର୍ମଗଡ଼, କୋକସରା, ଆମପାଣି ଓ ଗୋଲାମୁଣ୍ଡା ଥାନା ଅଞ୍ଚଳର ବୋଲି ଜଣାପଡିଛି। ଏସବୁ ଥାନା ଗୁଡିକରେ ପୂର୍ବରୁ ବାଇକ୍ ଚୋରି ନେଇ ଏକାଧିକ ମାମଲା ରୁଜୁ ହୋଇଥିଲା। ଖବରଦାତା ସମ୍ମିଳନୀରେ ଏସପିଙ୍କ ସହ ଧର୍ମଗଡ଼ ଏସଡିପିଓ ଭର୍ଷିତା ଆଡ୍ଡାପୁ ଏବଂ ଜୁନାଗଡ଼ ଥାନା ଆଇଆଇସି ଶେଷଦେବ ବେହେରା ଉପସ୍ଥିତ ଥିଲେ। ଏସପି ଦେବରକୋଣ୍ଡା ନିଜ ପ୍ରତିକ୍ରିୟାରେ ଜୁନାଗଡ଼ ପୋଲିସର କାର୍ଯ୍ୟକୁ ପ୍ରଶଂସା କରିବା ସହ ଏହି ଗ୍ୟାଙ୍ଗ ବହୁଦିନରୁ ଜିଲାର ବିଭିନ୍ନ ଅଞ୍ଚଳରେ ବାଇକ୍ ଚୋରି କରି ବିକ୍ରି କରୁଥିଲେ। ଉଦ୍ଧାର ବାଇକ୍ ଗୁଡ଼ିକୁ ଯଥାଶୀଘ୍ର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ