ଲାଞ୍ଚ ନେବା ଅଭିଯୋଗରେ କର୍ଣ୍ଣେଲ୍ ଙ୍କୁ ଗିରଫ କଲା ‘ସିବିଆଇ’
ନୂଆଦିଲ୍ଲୀ,୨୦।୫: ଲାଞ୍ଚ ନେଇ ଧରାପଡିଲେ ଭାରତୀୟ ସେନାର ସେନା ଅଧିକାରୀ । ୫୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ କର୍ଣ୍ଣେଲ୍ ହିମାଂଶୁ ବାଲିଙ୍କୁ ଗିରଫ କରିଛି ସିବିଆଇ। ଭାରତୀୟ ସେନାର ଆର୍ମି ଅର୍ଡିନାନ୍ସ କର୍ପସର କର୍ଣ୍ଣେଲ୍ ଭାବେ ଇଷ୍ଟର୍ଣ୍ଣ କମାଣ୍ଡ୍ ଫୋର୍ଟ ଉଇଲିୟମ୍ କୋଲକାତାରେ କାର୍ଯ୍ୟରତ ଥିଲେ କରୁଥିଲେ ହିମାଂଶୁ ବାଲି।
ସୂଚନା ଅନୁସାରେ, କାନପୁରରେ ଥିବା ଇଷ୍ଟର୍ଣ୍ଣ ଗ୍ଲୋବାଲ୍ ଲିମିଟେଡ୍ କମ୍ପାନୀ ସେନା ଟେଣ୍ଡର୍ ଉଦ୍ଦେଶ୍ୟରେ ହିମାଂଶୁଙ୍କୁ ଲାଞ୍ଚ ଦେଇଥିଲେ। ଏହି କମ୍ପାନୀକୁ ଏକ ବଡ଼ ଟେଣ୍ଡର୍ ଦିଆଯାଇଥିଲା। ଟେଣ୍ଡର୍ ପ୍ରକ୍ରିୟାକୁ ମ୍ୟାନିପୁଲେଟ୍ କରି ନିମ୍ନମାନର ସାମଗ୍ରୀକୁ ଅନୁମୋଦନ ହିଂମାଶୁ ଦେଇଥିବା ସୂଚନା ମିଳିଛି।
CBIର ସୂଚନା ଅନୁସାରେ , ଗତ ଏପ୍ରିଲ୍ ୨୨ରେ କର୍ଣ୍ଣେଲ୍ ହିମାଂଶୁ ସଂପୃକ୍ତ କମ୍ପାନୀର ପ୍ରତିନିଧିଙ୍କ ସହ କୋଲକାତାର ପାର୍କ ଷ୍ଟ୍ରିଟଠାରେ ଏକ ବୈଠକ କରିଥିଲେ। ଆଉ ବୈଠକର ପରବର୍ତ୍ତୀ ସମୟରେ ଉକ୍ତ ଟେଣ୍ଡର୍ କମ୍ପାନୀକୁ ଦିଆଯାଇଥିଲା। ଏଥିପାଇଁ କର୍ଣ୍ଣେଲ୍ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏହି ମାମଲାରେ କର୍ଣ୍ଣେଲ୍ ହିମାଂଶୁ ଓ କମ୍ପାନୀର ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ପ୍ରକ୍ରିୟାରେ ଜାରି ରଖିଛି।

