Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲଙ୍କ ନାତୁଣୀ ଜ୍ୱାଇଁ ହେଲେ ବିଦେଶୀ ଯୁବକ

ଭୁବନେଶ୍ୱର,୨୦।୫: ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ଗାୟକ ତଥା ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲଙ୍କ ନାତୁଣୀଙ୍କ ବିବାହ ରୀତି ନୀତି ଅନୁସାରେ ଆଡ଼ମ୍ବରପୂର୍ଣ୍ଣ ଭାବେ ଜଣେ ବିଦେଶୀ ଯୁବକଙ୍କ ସହିତ ସମ୍ପନ୍ନ ହୋଇଛି । ଓଡ଼ିଆ ପରମ୍ପରା ରୀତିନୀତି ଅନୁଯାୟୀ ଏହି ବାହାଘର ଅନୁଷ୍ଠିତ ହୋଇଛି । ଆଉ ଏହି ବାହାଘର ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ମୁତାବକ ,ଡ. ଜିତେନ୍ଦ୍ର ହରିପାଲ ନିଜ ନାତୁଣୀଙ୍କ ପାଇଁ ଏକ ବିଦେଶୀ ବର ମନୋନୀତ କରିଥିଲେ । ତେବେ ଏହି ବାହାଘରରେ ବିଦେଶୀ ଯୁବକ ଜଣଙ୍କ ଓଡ଼ିଆ ପରମ୍ପରାକୁ ଆଗ୍ରହର ସହ ଗ୍ରହଣ କରିଥିବାର ଝଲକ ଦେଖିବାକୁ ମିଳିଥିଲା। ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାକୁ ସମ୍ମାନ ଜଣାଇ ମଥାରେ ଚନ୍ଦନ-ସିନ୍ଦୂର ଲଗାଇ, ପାରମ୍ପରିକ ବିବାହ ପୋଷାକ ଓ ମୁକୁଟ ପିନ୍ଧି ବର ବେଶରେ ବେଦୀରେ ବସିଥିଲେ ବର ଜଣକ । ବିଦେଶୀ ବରଙ୍କର ଆଦରର ସହିତ ଓଡ଼ିଶାର ପରମ୍ପରାକୁ ରୀତି ନୀତିକୁ ସମ୍ମାନ ଦେଇ ଵିଵାହ କରିବା ଏବେ ଖୁବ୍ ଚର୍ଚ୍ଚାର ବିଷୟ ହୋଇଛି।
ତେବେ ଏହି ବିବାହ ଉତ୍ସବରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ନିଜେ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ସୋସିଆଲ ମିଡିଆରେ ଏହି ନିଆରା ବିବାହର ଫଟୋ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ନବଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ