Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁକ୍ତ ୨ ପରୀକ୍ଷାରେ ବାଜିମାତ କଲେ ବିକାଶ କଲେଜ ଛାତ୍ରୀଛାତ୍ର, ବିଜ୍ଞାନରେ ଅଭିଜିତ୍ ସରାଫ କଳାହାଣ୍ଡି ଟପ୍ପର।

କଳାହାଣ୍ଡି,୨୧/୦୫
ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି।ଏଥିରେ କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର ପୁଣି ବାଜିମାତ କରିଛନ୍ତି । ଯାହାକୁ ନେଇଁ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀଛାତ୍ର , ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ବିଜ୍ଞାନ ବିଭାଗରେ ଅଭିଜିତ୍ ସରାଫ ୯୮.୩୪ % ପ୍ରତିଶତ ନମ୍ବର ରଖି ଜିଲା ଟପ୍ପର ହୋଇ ଗୌରବ ଅର୍ଜନ କରିଛନ୍ତି । ବିଜ୍ଞାନ ବିଭାଗରେ ସର୍ବମୋଟ ୨୫୫ ଜଣ ପରୀକ୍ଷା ଦେଇଥିବା ବେଳେ ୪ ଜଣ ୯୫% ପ୍ରତିଶତ ରୁ ଉର୍ଦ୍ଧ୍ବ , ୨୪ ଜଣ ୯୦% ପ୍ରତିଶତରୁ ଊର୍ଦ୍ଧ୍ୱ, ୧୫୧ ଜଣ ୮୦% ପ୍ରତିଶତରୁ ଊର୍ଦ୍ଧ୍ୱ ଓ ୨୧୬ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷର ପରୀକ୍ଷା ଫଳାଫଳ ବିଗତ ବର୍ଷ ମାନଙ୍କର ରେକର୍ଡ ଭାଙ୍ଗିଛି ।
ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ଲକ୍ଷ୍ମୀ ବିକାଶ ଅନୁଷ୍ଠାନ ସମୂହର ଚେୟାରମ୍ୟାନ ଡି ନାଗେଶ୍ୱର ରାଓ, ନିର୍ଦ୍ଦେଶକ ଡି. ଶ୍ୟାମ, ନିର୍ଦ୍ଦେଶକ ଡି ରାମ କୁମାର, ମୁଖ୍ୟ ଶିକ୍ଷା ଅଧିକାରୀ ଡି ବିଜୟା, ଡି ପଦ୍ମିନୀ, ଅଧ୍ୟକ୍ଷ ତଥା ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ଯକ୍ଷା ଆରତୀ ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ଉପାଧ୍ୟକ୍ଷ ପ୍ରସନ୍ନଜିତ ଦତ୍ତ, ପ୍ରବନ୍ଧକ ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ଛାତ୍ରୀଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇବାସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ପରୀକ୍ଷା ଫଳାଫଳକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ଖୁସି ବ୍ୟକ୍ତ କରିବା ସହ ଅନୁଷ୍ଠାନର ମ୍ୟାନେଜମେଣ୍ଟ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ