Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇନଷ୍ଟାଗ୍ରାମରେ ବିଜେପିକୁ ପଛରେ ପକାଇଲା ଅଭିଜିତ୍ ଡିପକେଙ୍କ କୋକରୋଚ୍ ଜନତା ପାର୍ଟି! ୧ କୋଟିରୁ ଅଧିକ ଫଲୋଅର୍ସ

ନୂଆଦିଲ୍ଲୀ, ୨୧ | ୫ : ନିକଟରେ ଲଞ୍ଚ ହୋଇଥିବା ଏକ ବ୍ୟଙ୍ଗାତ୍ମକ ୱେବସାଇଟ୍ ‘କକ୍ରୋଚ୍ ଜନତା ପାର୍ଟି’ର ଇନଷ୍ଟାଗ୍ରାମରେ ୧ କୋଟିରୁ ଅଧିକ ଫଲୋଅର୍ସ ହୋଇଛନ୍ତି ଯାହା ଦେଶର ଶାସକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି)ର ଫଲୋଅର୍ସର ସଂଖ୍ୟାକୁ ପଛରେ ପକାଇ ଦେଇଛି | ତଥ୍ୟ ଅନୁଯାୟୀ, ବିଜେପିର ୮.୭ କୋଟି ଫଲୋଅର୍ସ ଥିବା ବେଳେ ସିଜେପିର ପ୍ରାୟ ୧୦.୨ କୋଟି ଫଲୋଅର୍ସ ରହିଛନ୍ତି । ଏନେଇ ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଡିପକେ ଏକ ପୋଷ୍ଟ କରିଛନ୍ତି | ପୋଷ୍ଟରେ ବିଜେପିକୁ କଟାକ୍ଷ କରି ଲେଖିଛନ୍ତିଯେ, “ଯୁବଶକ୍ତିକୁ ହାଲୁକାରେ ନିଅନ୍ତୁ ନାହିଁ , ” ମାତ୍ର ଚାରି ଦିନରେ ଏହି ଫଲୋଅର୍ସ ସଂଖ୍ୟା ହୋଇଛି ​​ଏବଂ ଯେତେବେଳେ ଇନଷ୍ଟାଗ୍ରାମରେ ଏହା ବିଜେପିର ଫଲୋଅର୍ସ ସଂଖ୍ୟାକୁ ଅତିକ୍ରମ କଲା, ଏହା ବିଶ୍ୱର ସବୁଠାରୁ ବଡ ଦଳ ଭାବେ ସମର୍ଥନ କରିଥିଲେ ଲୋକେ | ସେହିପରି କଂଗ୍ରେସ ଦଳର ହ୍ୟାଣ୍ଡେଲ @incindia ର ୨୧ ମଇ ସୁଦ୍ଧା ପ୍ରାୟ ୧୩.୨ କୋଟି ଫଲୋଅର୍ସ ଅଛନ୍ତି। ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆମ ଆଦମୀ ପାର୍ଟି ହ୍ୟାଣ୍ଡେଲ @aamaadmiparty ର ପ୍ରାୟ ୧.୯ କୋଟି ଫଲୋଅର୍ସ ଅଛନ୍ତି। ଏହି ଆକାଉଣ୍ଟଟି ପ୍ରଥମେ ୭୮ ଘଣ୍ଟା ମଧ୍ୟରେ ୩୦ ଲକ୍ଷ ଇନଷ୍ଟାଗ୍ରାମ ଫଲୋଅର୍ସ ଅତିକ୍ରମ କରିଥିଲା ​​ଏବଂ ୨୦ ମଇରେ ଏହା ୯ ଲକ୍ଷରୁ ଅଧିକ ହୋଇଗଲା। CJP ହ୍ୟାଣ୍ଡେଲରେ ୫୪ଟି ପୋଷ୍ଟ ଅଛି, ଯେତେବେଳେ ବିଜେପି ଏପର୍ଯ୍ୟନ୍ତ ଏହାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ୧୮,୦୦୦ରୁ ଅଧିକ ପୋଷ୍ଟ ସେୟାର କରିଛି। ଲଞ୍ଚ ହେବାର କିଛି ଦିନ ମଧ୍ୟରେ, ଲୋକମାନେ ଗୁଗୁଲରେ ଏହାର ଅଫିସିଆଲ୍ ୱେବସାଇଟ୍, ଏହାର ପ୍ରତିଷ୍ଠାତାଙ୍କ ନାମ ଏବଂ କକ୍ରୋଚ୍ ଜନତା ପାର୍ଟିରେ କିପରି ଯୋଗଦେବେ ସେନେଇ ସନ୍ଧାନରେ ଲାଗିଛନ୍ତି ।

ବର୍ତ୍ତମାନ କୋକ୍ରୋଚ୍ ଜନତା ପାର୍ଟି ଇନଷ୍ଟାଗ୍ରାମରେ ଏକ ବିଶାଳ ରାଜନୈତିକ ଅଭିଯାନ ମଧ୍ୟରୁ ଗୋଟିଏ ଭାବରେ ଉଭା ହୋଇଛି ଏବଂ ଲଞ୍ଚ ହେବାର କିଛି ଦିନ ମଧ୍ୟରେ ପ୍ଲାଟଫର୍ମରେ ଫଲୋଅର୍ସଙ୍କ ସଂଖ୍ୟା ଶାସକ ବିଜେପିକୁ ପଛରେ ପକାଇ ଦେଇଛି। ତେବେ ୱେବସାଇଟର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଏପର୍ଯ୍ୟନ୍ତ ପ୍ରାୟ ୫୬ଟି ପୋଷ୍ଟ ସେୟାର କରିଛି, ଯେଉଁଥିରେ ଉଭୟ ଚିତ୍ର ଏବଂ ଛୋଟ ଭିଡିଓ ପୋଷ୍ଟ କରାଯାଇଛି ।

୩୦ ବର୍ଷୀୟ ଅଭିଜିତ୍ ଦୀପକେ ନାମକ ଜଣେ ବ୍ୟକ୍ତି ଏହି ‘କକ୍ରୋଚ୍ ଜନତା ପାର୍ଟି’ ୱେବସାଇଟ୍ କୁ ତିଆରି କରିଥିଲେ | ମେ ୧୬ ତାରିଖରେ, ଅଭିଜିତ୍ X ରେ ଏକ ଗୁଗୁଲ୍ ଫର୍ମ ପୋଷ୍ଟ କରି ଲୋକମାନଙ୍କୁ “କକ୍ରୋଚ୍ ଜନତା ପାର୍ଟି” ପାଇଁ ପଞ୍ଜିକରଣ କରିବାକୁ ଆମନ୍ତ୍ରଣ କରିଥିଲେ।ସେ ଉଚ୍ଚଶିକ୍ଷା ପାଇଁ ଆମେରିକା ଯିବା ପୂର୍ବରୁ ପୁଣେରେ ସାମ୍ବାଦିକତାରେ ସ୍ନାତକୋତ୍ତର ଅଧ୍ୟୟନ ସମାପ୍ତ କରିଥିଲେ। ସେ ବର୍ତ୍ତମାନ ବୋଷ୍ଟନ ବିଶ୍ୱ ବିଦ୍ୟାଳୟ ଜନସମ୍ପର୍କରେ ମାଷ୍ଟର ଡିଗ୍ରୀ କରୁଛନ୍ତି।ସେ ୨୦୨୦ ରୁ ୨୦୨୩ ମଧ୍ୟରେ, ଆମ ଆଦମୀ ପାର୍ଟିର ସୋସିଆଲ ମିଡିଆ ଦଳ ସହିତ ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରିଥିଲେ। ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଯୁବକମାନଙ୍କୁ “କୋକୋରାଚ” ସହିତ ତୁଳନା କରିବା ପରେ ଏହାର ପ୍ରତିବାଦ ଅନଲାଇନରେ ଆରମ୍ଭ ହୋଇଥିଲା। ମଇ ୧୫ରେ କୋର୍ଟର ଏକ ଶୁଣାଣି ସମୟରେ, ସିଜେଆଇ କହିଥିଲେ ଯେ କିଛି ବେକାର ଯୁବକ ସାମ୍ବାଦିକ, ଆରଟିଆଇ କର୍ମୀ କିମ୍ବା ସୋସିଆଲ ମିଡିଆ ବ୍ୟବହାରକାରୀ ହୋଇ “ସଂସ୍ଥା ଉପରେ ଆକ୍ରମଣ କରନ୍ତି”। କିନ୍ତୁ, ପରେ ସେ ସ୍ପଷ୍ଟ କରିଥିଲେ ଯେ, ତାଙ୍କ ମନ୍ତବ୍ୟକୁ ଭୁଲ ଭାବରେ ଉଦ୍ଧୃତ କରାଯାଇଥିଲା |

CJIଙ୍କ ଏହି ମନ୍ତବ୍ୟ ଅନଲାଇନରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା। କିଛି ଘଣ୍ଟା ମଧ୍ୟରେ, ଅଭିଜିତ୍ ଦୀପକେଙ୍କୁ ୫, ୦୦୦ରୁ ଅଧିକ ରେଜିଷ୍ଟ୍ରେସନ ଆସିଥିଲା | ଏକ ଇଣ୍ଟରନେଟ୍ ଜୋକ୍ ଭାବରେ ଆରମ୍ଭ ହୋଇଥିବା ଏକ ଅନଧିକାରିକ ସଂଗଠନରେ ଏବେ ଶାସକ ଦଳକୁ ଟକ୍କର ଦେଇ ଆଗକୁ ବଢୁଛି |

“କକ୍ରୋଚ୍ ଜନତା ପାର୍ଟି ମାନ୍ୟବର CJIଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତି ବିରୁଦ୍ଧରେ ଯୁବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି | CJI ଯୁବପିଢ଼ିଙ୍କୁ କୋକୁଆ ଏବଂ ପରଜୀବୀ ବୋଲି ବର୍ଣ୍ଣନା କରିଥିଲେ। ଯାହା ଭାରତ ଭଳି ଗଣତନ୍ତ୍ରରେ ଏହା ଗ୍ରହଣୀୟ ନୁହେଁ | ଯେଉଁଠାରେ ସୁପ୍ରିମକୋର୍ଟର CJI, ଯିଏ ସମ୍ବିଧାନ ଏବଂ ବାକ୍ ସ୍ୱାଧୀନତାର ରକ୍ଷକ ବୋଲି କୁହାଯାଉଛି , ସେତେବେଳେ ସିଏ ଦେଶର ଯୁବକ ମାନଙ୍କୁ ଅପମାନିତ କରିଥିଲେ,” ଆମେରିକାରେ ଥିବା ଅଭିଜିତ୍ କହିଛନ୍ତି ଏହା ଅନେକ ଯୁବ ଭାରତୀୟଙ୍କ ହୃଦୟକୁ ଆଘାତ କରିଛି ଯେଉଁମାନେ ବର୍ତ୍ତମାନର ବ୍ୟବସ୍ଥା ପ୍ରତି ନିରାଶ ଅଛନ୍ତି।

ଏହି ଶବ୍ଦକୁ ବ୍ୟଙ୍ଗର ଅସ୍ତ୍ରରେ ପରିଣତ କରି, ଯୁବକମାନେ “କକ୍ରୋଚ ଜନତା ପାର୍ଟି” ଆରମ୍ଭ କରିଥିଲେ। ଏହି ଆନ୍ଦୋଳନ ମିମ, ଭିଡିଓ ଏବଂ ପୋଷ୍ଟ ମାଧ୍ୟମରେ ଶୀଘ୍ର ସମଗ୍ର ଇଣ୍ଟରନେଟରେ ବ୍ୟାପିଗଲା। ଯୁବକମାନେ ବିବାଦୀୟ ମନ୍ତବ୍ୟକୁ ପ୍ରଭାବଶାଳୀ ଭାବରେ ବ୍ୟଙ୍ଗାତ୍ମକ ମନ୍ତବ୍ୟ ପାଇଁ ଏକ ଉପକରଣରେ ପରିଣତ କରିଥିଲେ। ଅଭିଜିତ ଡିପେକେ ନାମକ ଜଣେ ଯୁବକ ଆନୁଷ୍ଠାନିକ ଭାବରେ କକ୍ରୋଚ ଜନତା ପାର୍ଟି ଆରମ୍ଭ କରିଥିଲେ।

ଯୁବପିଢ଼ି “ଧର୍ମନିରପେକ୍ଷ, ସମାଜବାଦୀ, ଗଣତାନ୍ତ୍ରିକ, ଅଳସୁଆ” ସ୍ଲୋଗାନ ଦେଇ ଏହାର ପଛରେ ଏକାଠି ହେଉଛନ୍ତି। ଟିଏମସି ଏମପି ମହୁଆ ମୋଇତ୍ରା ଏବଂ କୀର୍ତ୍ତି ଆଜାଦଙ୍କ ଭଳି ପ୍ରମୁଖ ବ୍ୟକ୍ତିତ୍ୱ ମଧ୍ୟ ସେମାନଙ୍କର ସମର୍ଥନ ପ୍ରକାଶ କରିଛନ୍ତି। ମିମ ଏବଂ ରିଲ୍ସରେ ପରିପୂର୍ଣ୍ଣ ଏହି ଅଭିଯାନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜୋର ଶୋରେ ବ୍ୟାପିଯାଇଛି। ଏହି ଆନ୍ଦୋଳନ ବେକାରୀ, ଯୁବପିଢ଼ିଙ୍କ ଅବହେଳା ଏବଂ ସାଂଗଠନିକ ଦାୟିତ୍ୱହୀନତା ସମ୍ପର୍କରେ ସାମୂହିକ ହତାଶାକୁ ପ୍ରତିଫଳିତ କରିଛି । ଅନେକ ଯୁବକ ଏହାକୁ କେବଳ ଏକ ମଜା ଭାବରେ ନୁହେଁ, ବରଂ ବ୍ୟବସ୍ଥାର ଏକ ତୀବ୍ର ସମାଲୋଚନା ଭାବରେ ଦେଖୁଛନ୍ତି ।

ଏହି ବ୍ୟଙ୍ଗାତ୍ମକ ଦଳର ପାଞ୍ଚ-ସୂତ୍ରୀ ଇସ୍ତାହାର ପ୍ରମୁଖ ଗଣତାନ୍ତ୍ରିକ ପ୍ରତିଷ୍ଠାନ ଏବଂ ରାଜନୈତିକ ନିଷ୍ପତ୍ତିକୁ ସିଧାସଳଖ ଟାର୍ଗେଟ କରୁଛି । ସମସ୍ତ କ୍ୟାବିନେଟ ପଦବୀରେ ମହିଳାଙ୍କ ପାଇଁ ୫୦% ସଂରକ୍ଷଣର ପ୍ରତିଶ୍ରୁତି, ଇସ୍ତାହାରରେ ନିର୍ବାଚିତ ହେବା ପରେ ରାଜନୈତିକ ଦଳ ପରିବର୍ତ୍ତନ କରୁଥିବା ବିଧାୟକ ଏବଂ ସାଂସଦଙ୍କ ଉପରେ ୨୦ ବର୍ଷ ପାଇଁ ନିର୍ବାଚନ ଲଢ଼ିବାକୁ ପ୍ରତିବନ୍ଧକ ପ୍ରସ୍ତାବ ଦିଆଯାଇଛି । ଏହା “ଗୋଡି ମିଡିଆ” ଭାବେ କୁହାଯାଉଥିବା ମିଡ଼ିଆ ଚ୍ୟାନେଲର ଆଙ୍କର ମାନଙ୍କର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ତଦନ୍ତ ଏବଂ ଭୋଟରେ ଜାଲିଆତି ହେଲେ UAPA ଅନୁଯାୟୀ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏହି ଦଳରେ ପ୍ରସ୍ତାବ ରହିଛି | ଏହାସହିତ ଦଳରେ ଅବସରପ୍ରାପ୍ତ ମୁଖ୍ୟ ବିଚାରପତିମାନଙ୍କୁ ଅବସର ପରେ ରାଜ୍ୟସଭା ରେ ନିଯୁକ୍ତି ନ ଦେବାକୁ ଦାବି ରହିଛି । ଦଳ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପୁନଃଯାଞ୍ଚ ଫିସ୍ ବାତିଲ କରିବାକୁ ଦାବି କରିଛି, ଏହାକୁ “ସ୍ପଷ୍ଟ ଦୁର୍ନୀତି” ବୋଲି ବର୍ଣ୍ଣନା କରି ଏବଂ NEET ପରୀକ୍ଷା ବିବାଦ ଦ୍ୱାରା ପ୍ରଭାବିତ ଛାତ୍ରମାନଙ୍କୁ ସମର୍ଥନ ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ